ଓଡିଶା

odisha

ETV Bharat / state

ମାତିଲେ ଚୋର, ଲୁଟିନେଲେ 1 ଲକ୍ଷ ଟଙ୍କାର ସୁନାଗହଣା

ଖୋର୍ଦ୍ଧା ବୋଲଗଡ ଅଞ୍ଚଳରେ ମାତିଲେ ଚୋର । 5ଟି ସ୍ଥାନରେ ପସି ଚୋରି ଉଦ୍ୟମ କରିଥିବା ବେଳେ 1ଲକ୍ଷ ଟଙ୍କାର ସୁନାଗହଣ ଚୋରି କରି ନେଇଛନ୍ତି ।

By

Published : May 14, 2019, 8:27 AM IST

Updated : May 14, 2019, 8:55 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ବୋଲଗଡ ବ୍ଲକ ଅସରଳା ଗ୍ରାମରେ ଚୋରଙ୍କ ଆତଙ୍କ । ଗୋଟିଏ କି ଦୁଇଟି ନୁହେଁ 5ଟି ସ୍ଥାନରେ ଦେଖିବାକୁ ମିଳିଛି ଚୋରଙ୍କ ଉତ୍ପାତ । ଝିଅ ବାହାଘର ପାଇଁ ରଖାଯାଇଥିବା ନଗଦ ଲକ୍ଷେ ଟଙ୍କାର ସୁନାଗହଣା ଚୋରି ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ଆଲମିରା ଭାଙ୍ଗି ଚୋରି ଉଦ୍ୟମ କରୁଥିବାର ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାଯୋଗ୍ୟ, ସୋମବାର ମଧ୍ୟ ରାତିରେ ଉକ୍ତ ଗ୍ରାମର ବଂଶୀ ସ୍ବାଇଁଙ୍କ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ନଗଦ ଲକ୍ଷେ ଟଙ୍କାର ସୁନାଗହଣା ଚୋରି କରିଥିବା ବେଳେ ସୁର ମିଶ୍ରଙ୍କ ଆଲମିରା ଭାଙ୍ଗି 5000ଟଙ୍କା ନେବାକୁ ଉଦ୍ୟମ କରିଥିଲେ ଚୋର । ହେଲେ ପରିବାରଲୋକଙ୍କ ନିଦ ଭାଙ୍ଗିଯିବାରୁ ଫେରାର ହୋଇଥିଲେ ଅଭିଯୁକ୍ତ ।

ସେହିପରି ଲକ୍ଷଣ ପ୍ରଧାନ, ବାବାଜୀ ପାଇକରାୟ, ପବନା ବଳିୟାର ସିଂ ଓ ଭୁଜ ସାମନ୍ତରାୟଙ୍କ ଘରେ ରାତିରେ ଚୋର ପସି ଉତ୍ପାତ କରିଥିବା ଜଣାପଡିଛି । ଫଳରେ ଗାଁରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ ପାଟ୍ରୋଲିଂ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 14, 2019, 8:55 AM IST

ABOUT THE AUTHOR

...view details