ଓଡିଶା

odisha

ETV Bharat / state

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ - Arjun Meghwal

HC Bench In Western Odisha: ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘାୱାଲଙ୍କ ବଡ଼ ବୟାନ । କହିଲେ ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ବେଞ୍ଚ । ଅଧିକ ପଢନ୍ତୁ

HC Bench In Western Odisha
HC Bench In Western Odisha

By ETV Bharat Odisha Team

Published : Jan 2, 2024, 7:19 PM IST

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

ଭୁବନେଶ୍ବର:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ନେଇ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବେଳେ ଆଜି (ମଙ୍ଗଳବାର) ଏହି ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଓଡ଼ିଶା ଇ-କୋର୍ଟ ବ୍ୟବସ୍ଥାରେ ଆଗୁଆ ରହିଛି । ଏଣୁ ଏଠାରେ ହାଇକୋର୍ଟ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ।

ଏହା ବି ପଢନ୍ତୁ- Lok Sabha: ପୁଣି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସାଂସଦ ସୁରେଶ ପୂଜାରୀ

କେନ୍ଦ୍ର ଆଇନ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିବା ବେଳେ କହିଛନ୍ତି, " ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ଯେହେତୁ ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚ୍ଚୁଆଲରେ ସବୁ ସୁବିଧା ମିଳୁଛି । ଏହା ହାଇକୋର୍ଟ ବେଞ୍ଚ ସହ ସମାନ । ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ଜିଲ୍ଲାରେ ମିଳୁଛି ସୁବିଧା । ତେଣୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ଆଉ ନାହିଁ । "ସେହିପରି ଏ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, " ପଶ୍ଚିମ ଓଡ଼ିଶାରେ ସବୁବେଳେ ସେ ଦାବି ରହିଛି । ଏବେ ବି ସେ ଦାବି ରହିଛି । ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶା ବାସୀଙ୍କର ଆଶାକୁ ପୂରଣ କରିବେ ।

ଏହା ବି ପଢନ୍ତୁ- HC Bench In Western Odisha: ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣ୍ଣାଙ୍ଗ ପ୍ରସ୍ତାବ

ସୂଚନା ଥାଉ କି, ଗତବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ଗସ୍ତରେ ଆସିବା ବେଳେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ କହିଥିଲେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ରାଜ୍ୟ ସରକାର ଏବଂ ହାଇକୋର୍ଟ କରିବେ । କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଥିଲେ । ପୂର୍ବରୁ ଏହି ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଠାରୁ ଏକ ଚିଠି ପାଇଥିଲେ ଯେଉଁଥିରେ ରାଜ୍ୟର ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ଉପରେ ସକରାତ୍ନକ ଭାବେ କାମ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ରିଜିଜୁ ମଧ୍ୟ ସ୍ଥାନ, ଭିତ୍ତିଭୂମି ଏବଂ ପାଣ୍ଠି ସମେତ ଆବଶ୍ୟକ ବିବରଣୀ ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ବିଳମ୍ବ ଉପରେ ଆଲୋକପାତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details