ଖୋର୍ଦ୍ଧା: ଖୋଲିଲା ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର । କୋରୋନା ପାଇଁ ଦୀର୍ଘ ଆଠ ମାସ ଧରି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଝୁଲିଥିଲା ତାଲା । ସମସ୍ତ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ସ୍ଥଳୀ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସରକାର । କିନ୍ତୁ ଏବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଖୋଲା ଯାଇଛି । ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ବେଗୁନିଆର ଅଟ୍ରି ।
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର - ଖୋଲିଲା ଅଟ୍ରି
ଖୋଲିଲା ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର । କୋରୋନା ପାଇଁ ଦୀର୍ଘ ଆଠ ମାସ ଧରି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଝୁଲିଥିଲା ତାଲା । ଅଧିକ ପଢନ୍ତୁ...
ଖୋଲିଲା ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରଶବଣ
ଏହି ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଖୋଲା ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବରୁ ଏହି ସ୍ଥାନକୁ ପର୍ଯ୍ୟଟକ ଆସୁନଥିବା ଅଭିଯୋଗ କରିଛନ୍ତି ଏହି ପର୍ଯ୍ୟଟନ ସ୍ଥଳୀ ଉପରେ ନିର୍ଭର କରି ଚଳୁଥିବା ପୂଜକ ମାନେ । ସେହିପରି ଦୀର୍ଘ ଆଠ ମାସ ଧରି ସମସ୍ୟାରେ ଚାଲୁଥିବା ପୂଜକ ମାନେ ଏହି ସ୍ଥଳୀ ଖୋଲିବା ଦ୍ବାରା କିଛିଟା ଆଶ୍ବସ୍ଥି ଅନୁଭବ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ