ଖୋର୍ଦ୍ଧା: ୟୋରସ୍ ହୋପ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଖୋର୍ଦ୍ଧା ଏସ୍ପିଙ୍କ ଉପସ୍ଥିତରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ଟ୍ରାଫିକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ହାତରେ ଫ୍ଲାକାର୍ଡ ଧରି ବିନା ହେଲମେଟରେ ଯାତ୍ରା କରୁଥିବା ମୋଟର ସାଇକେଲ ଆରୋହୀଙ୍କୁ ଲିଫ ଲେଟ ଦେଇ ସଚେତନତା କରାଇଥିଲେ ।
ସେହିପରି ବିନା ହେଲମେଟରେ ଯାଉଥିବା କେତେକ ବାଇକ ଆରୋହୀଙ୍କୁ ହେଲମେଟ ଦେଇଥିଲେ। ହେଲମେଟ, କାର ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବା,ମଦ୍ୟପାନ ଓ ଗାଡି ଚଳାଇଵା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ ଏଥିପାଇଁ ସମସ୍ତ ଜନସାଧାରଣ ସଚେତନ ହୋଲେ ଦୁର୍ଘଟଣାରୁ ରକ୍ଷା ପାଇପାରିବା ଏବଂ ଧନଜୀବନ ସୁରକ୍ଷିତ ରହିପାରିବ ବୋଲି ସଂଗଠନର ଫାଉଣ୍ଡର କହିଥିଲେ।