ଖୋର୍ଦ୍ଧା: ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି । ଏହାର ବିଶତ ବାର୍ଷିକୀ ଅବସରରେ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିବା ପାଇକ ବିଦ୍ରୋହର ଚିହ୍ନ ସ୍ବରୂପ ବରୁଣେଇ ପାଦଦେଶରେ ୨୦୧୯ ଡିସେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ ।
ମାତ୍ର ଏଯାବତ୍ ଏ ଜମିରେ ମାଟି ଗାଣ୍ଡୁଆ ଟିଏ ପଡିନଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳେଇ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସନତ କୁମାର ମହାନ୍ତି ବୁଧବାର ପାଇକ ବିଦ୍ରୋହ ସ୍ମାରକୀସ୍ଥଳ ପରିଦର୍ଶନ କରିଛନ୍ତି ।