ଖୋର୍ଦ୍ଧା: ଜିଲ୍ଲା ଜଟଣୀ ବ୍ଲକ ମଦନପୁର ଠାରେ ଥିବା ପ୍ରଭୁ ଗୋପାଳଜୀଉ ମଠ ପରିସରରେ ପାଳିତ ହୋଇଛି ଗୋଷ୍ଟାଅଷ୍ଟମୀ ଉତ୍ସବ । ମଦନପୁର ଗ୍ରାମବାସୀ ଓ ମଠ ମହନ୍ତଙ୍କ ଦ୍ବାରା ଏହି ଉତ୍ସବ ପାଳନ କରାଯାଇଛି । ସ୍ଥାନୀୟ ପରମ୍ପରା ଅନୁଯାୟୀ ପ୍ରଭୁ ଗୋପାଳଜୀ ମଦନପୁର ମଠରୁ ବିମାନ ଯୋଗେ ମଦନପୁର ଠାରେ ଥିବା ଗିରୀଗୋବର୍ଦ୍ଧନ ମୁଣ୍ଡିଆ ପାଖକୁ ଯାଇ ସେଠାରେ ପୂଜା ପାଇ ଗ୍ରାମ ପରିଭ୍ରମଣ କରିଥିଲେ ପରେ ପୁରାତନ ବିଧି ଓ ପରମ୍ପରା ଅନୁସାରେ ଗ୍ରାମର ପ୍ରତ୍ୟେକ ଘରେ ଭୋଗ ଗ୍ରହଣ କରିଥିଲେ।
ପୌରାଣିକ ତଥ୍ୟ ଆଧାରରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଗୋଷ୍ଟାଅଷ୍ଟମୀ ବୋଲି କୁହାଯାଏ। ଏହି ଦିନ ଗାଇକୁ ପୂଜା କରାଯିବାର ପ୍ରଥା ରହିଛି । ଏହି ଦିନରେ ଗାଇ ଏବଂ କୃଷ୍ଣଙ୍କୁ ପୂଜା କଲେ ଧନ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବିଶ୍ବାସ ରହିଛି ।