ଓଡିଶା

odisha

ETV Bharat / state

ଚେକ ଡ୍ୟାମରେ ନାହିଁ ପାଣି, ଚିନ୍ତାରେ ଚାଷୀ - farmers are in trouble in khurda

ଖୋର୍ଦ୍ଧାରେ କାମ କରୁନି ଚେକ ଡ୍ଯାମ, ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ଚେକ ଡ୍ୟାମରେ ନାହିଁ  ଚେକ ଡ୍ୟାମରେ ନାହିଁ ପାଣି, ଚିନ୍ତାରେ ଚାଷୀପାଣି, ଚିନ୍ତାରେ ଚାଷୀ
ଚେକ ଡ୍ୟାମରେ ନାହିଁ ପାଣି, ଚିନ୍ତାରେ ଚାଷୀ

By

Published : Apr 6, 2021, 8:55 PM IST

ଖୋର୍ଦ୍ଧା: ଚାଷୀ ଓ ଚାଷର ଉନ୍ନତି କରଣ ପାଇଁ ସରକାରଙ୍କ ମାଳମାଳ ଯୋଜନା । ମାତ୍ର ଏହି ଯୋଜନାର ସୁଫଳ ଚାଷୀ ପାଇବାରୁ ବଞ୍ଚିତ । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ମଲିପଦର ଗ୍ରାମରେ ଚେକ ଡ୍ୟାମ ଗୁଡିକ ଅଚଳ ହୋଇ ପଡିଥିବା କାରଣରୁ ଚାଷୀ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଚେକ ଡ୍ୟାମରେ ନାହିଁ ପାଣି, ଚିନ୍ତାରେ ଚାଷୀ

ଫସଲ ଉତ୍ପାଦନ ବୃଦ୍ଧି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ 506 ଟି ଚେକ ଡ୍ୟାମ ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବାବେଳେ ଏଥିମଧ୍ୟରୁ ଅନେକ ଚେକ ଡ୍ୟାମ ଏବେ ଅଚଳ ହୋଇ ପଡିଛି । ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମଲିପଦର ଗ୍ରାମ ଅଞ୍ଚଳରେ ଥିବା ତିନିଟି ଚେକ ଡ୍ୟାମରେ । ସେହିଭଳି ଠିକାଦାର ନିମ୍ନ ମାନର କାର୍ଯ୍ୟ କରିବା ସହ ଅଧାପନ୍ତରିଆ ଭାବେ ଚେକ ଡ୍ୟାମ ନିର୍ମାଣ କରି ଛାଡି ଦେଇଥିବା ଅଭିଯୋଗ ହୋଇଛି । ନିର୍ମାଣ ସମ୍ପର୍କିତ କୌଣସି ସୂଚନା ଫଳକ ଦେଖିବାକୁ ମିଳିନାହିଁ । ସେହିଭଳି ଚେକ ଡ୍ୟାମର ଉପରେ ସ୍ଲାପ ପଡ଼ିନାହିଁ କି ପାଣି ଅଟକାଇବା ପାଇଁ ଗେଟ ମଧ୍ୟ ଲାଗିନାହିଁ । ଯେଉଁଥିପାଇଁ ଚେକ ଡ୍ୟାମ ଶୁଖିଲା ପଡିଛି ଫଳରେ ଚେକ ଡ୍ୟାମ ଗୁଡିକ ଚାଷୀଙ୍କ ହିତରେ ଆସୁନାହିଁ । ଏହାର ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଏ ସମ୍ପର୍କରେ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବୀକାର କରିବା ସହ ଜିଲ୍ଲାରେ କିଛି ଚେକ ଡ୍ୟାମ ଅଚଳ ହୋଇଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

ABOUT THE AUTHOR

...view details