ଓଡିଶା

odisha

ETV Bharat / state

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି, ତାପମାତ୍ରା ବଢିବ ଅଧିକ 5 ଡିଗ୍ରୀ ! - ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ହୋଇପାରେ ଅସମ୍ଭାଳ ତାତି। ପାଣିପାଗ ବିଭାଗର ଆକଳନ ମୁତାବିକ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ

beginning of march temperature rise
beginning of march temperature rise

By

Published : Feb 27, 2023, 10:39 PM IST

beginning of march temperature rise

ଭୁବନେଶ୍ବର:ଚଳିତ ବର୍ଷ ମାର୍ଚ୍ଚ ନ ହେଉଣୁ ରାଜ୍ୟରେ ଅସହ୍ୟ ହେଲାଣି ତାତି। ଏହାକୁ ନେଇ ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ହୋଇପାରେ ଅସମ୍ଭାଳ ତାତି। ପାଣିପାଗ ବିଭାଗର ଆକଳନ ମୁତାବିକ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ଅସମ୍ଭାଳ ତାତିର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ତେଣୁ ବର୍ତ୍ତମାନର ପାଣିପାଗର ନିୟାମକକୁ ଦେଖି ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୦ ରୁ ୪୨ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

ତେବେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିଛି । ଚାନ୍ଦବାଲି, ଗୋପାଳପୁର ,ପାରାଦୀପ ରେ କୁହୁଡି ଅନୁଭୂତ ହୋଇଛି । ତେବେ ତାପମାତ୍ରା ଧୀରେ ଧୀରେ ସ୍ଥାନରେ ବୃଦ୍ଧି ପାଉଥିବା ବେଳେ ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ୩୭. ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ରେ ୩୪ . ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଜି ୩୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସେହିପରି ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସହରରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ। ଏଥିସହ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ଶୁଖିଲା ପାଗ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାପପାତ୍ରା ସ୍ୱଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିଥିବା ସୂଚନା ଦେଇଛି ବିଭାଗ । ଅନ୍ୟପଟେ ଚଳିତ ବର୍ଷ ମାର୍ଚ୍ଚରୁ ରାଜ୍ୟରେ ଅସମ୍ଭାଳ ତାତି ହେବାର ସମ୍ଭାବନା ଥିବାରୁ ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି । ସବୁଠାରୁ ବଡ କଥା ହେଉଛି ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରୁ ଦୀର୍ଘ ଦିନ ହେବ ବର୍ଷା ମଧ୍ୟ ହୋଇନାହିଁ କି କୌଣସି କାଳବୈଶାଖୀର ସମ୍ଭାବନା ମଧ୍ୟ ନାହିଁ ବୋଲି କହିଛି ବିଭାଗ । ତେଣୁ ଧୀରେ ଧୀରେ ଶୁଷ୍କ ବାୟୁର ପ୍ରବାହକୁ ନେଇ ତାପମାତ୍ରା ବୃଦ୍ଧି ପାଉଥିବାରୁ ଝାଞ୍ଜି ପବନର ଅନୁଭବ ବି ହେଲାଣି। ତେଣୁ ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତାପମାତ୍ରା ବୃଦ୍ଧିକୁ ନେଇ ରାଜ୍ୟର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ବର ସମେତ ଅନୁଗୋଳ, ମାଲକାନଗିରି , ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି । ସେପଟେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବା ଦ୍ୱାରା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ । ଯାହାଦ୍ବାରା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details