ଓଡିଶା

odisha

ETV Bharat / state

ମାର୍ଚ୍ଚରୁ ମେ’ ଯାଏଁ ଅସମ୍ଭାଳ ତାତି, ସ୍ବାଭାବିକଠୁ ବଢିବ ତାପମାତ୍ରା - ମାର୍ଚ୍ଚରୁ ମେ ଯାଏଁ ଅସମ୍ଭାଳ ତାତି

ମାର୍ଚ୍ଚ ନହେଉଣୁ ସିଝଉଛି ତାତି । ତେବେ ଆଗକୁ ମଧ୍ୟ ବଢିବ ତାପମାତ୍ରା । ମାର୍ଚ୍ଚରୁ ମେ ଯାଏଁ ତାପମାତ୍ରା ସ୍ବାଭାବିକ ଠାରୁ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Weather Update
Weather Update

By

Published : Mar 2, 2023, 12:16 PM IST

Weather Update

ଭୁବନେଶ୍ବର: ମାର୍ଚ୍ଚ ନ ହେଉଣୁ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି । ଯାହାକି ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୨୩ ଫେବୃଆରୀ ମାସର ହାରାହାରି ତାପମାତ୍ରା ସବୁଠାରୁ ଅଧିକ ରହିଥିଲା ରେକର୍ଡ କରାଯାଇଛି । ୧୯୦୧ରୁ ୨୦୨୩ ମଧ୍ୟରେ ଗତ ଫେବ୍ରୁଆରୀରେ ଦିନର ହାରାହାରି ତାପମାତ୍ରା ୨୯.୫୪ ଡିଗ୍ରୀ ରେକର୍ଡ ହୋଇଛି । ୨୦୦୯ ରେ ୨୯.୨୩, ୨୦୧୭ରେ ୨୯.୨୪, ୨୦୦୬ରେ ୨୯.୩୧ ଏବଂ ୨୦୧୬ ରେ ୨୯.୪୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଯାହା ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି । ଏହି ତାପମାତ୍ରା ୧୯୦୧ ରୁ ୨୦୨୩ ମଧ୍ୟରେ ଅର୍ଥାତ ଗତ ୧୨୩ ବର୍ଷ ମଧ୍ୟରେ ଚଳିତ ଫେବୃଆରୀ ସର୍ବୋଚ୍ଚ ଦିନ ତାପମାତ୍ରା ଦୃଷ୍ଟିରୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି ।

Weather Update

ଅନ୍ୟପଟେ ଚଳିତ ବର୍ଷ ଦେଶରେ ଅହେତୁକ ଭାବରେ ବଢୁଛି ତାପମାତ୍ରା । ଆଞ୍ଚଳିକ ପାଣିପାଗର ଆକଳନ ଅନୁସାରେ ଆଜିଠୁ ସ୍ଥିତି ସଙ୍ଗୀନ ହେବା ନେଇ ଆଶଙ୍କା କରାଯାଇଛି । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ବାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ମାର୍ଚ୍ଚରୁ ମେ ମାସ ଯାଏଁ ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଏଥିସହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଚଳିତ ସପ୍ତାହରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାତି ବଢିବ। ବୁଧବାର ଦିନ ତାପମାତ୍ରା ଭୁବନେଶ୍ଵରରେ ୩୭ ଡିଗ୍ରୀ ରହିଥିଲା । ଏହାକୁ ନେଇ ମାର୍ଚ୍ଚ ମାସରୁ ସ୍ୱାଭାବିକ ଠାରୁ ଅଧିକ ତାତି ରହିବ ବୋଲି ଆକଳନ କରାଯାଇଛି ।"


ଅନ୍ୟପଟେ ତାତି ବଢ଼ୁଥିବାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ସମସ୍ତ କର୍ପୋରେଟକୁ ଜଳଛତ୍ର ସହ ପଶୁ ପକ୍ଷୀଙ୍କ ପାଇଁ ଜଳପାତ୍ର ରଖିବାକୁ କହିଛନ୍ତି ମେୟର । ତେଣୁ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଅଟୋ ମହାସଂଘ ସହଭାଗିତାରେ ଏକ ଜଳଛତ୍ର ଖୋଲାଯାଇଥିବା ବେଳେ ଭୁବନେଶ୍ବର ମେୟର ଏହାର ଶୁଭାରମ୍ଭ କରିଛନ୍ତି । ଖରାରେ ବାହାରିବା ପୂର୍ବରୁ ଅବଶ୍ୟକୀୟ ପଦକ୍ଷେପ ସହ ସତର୍କତା ଅବଲମ୍ବନ କରି ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ।


ସେପଟେ ପୂର୍ବରୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସର ମଧ୍ୟ ଭାଗରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ଆଶଙ୍କା ରହିଥିବା ବେଳେ ଏଭଳି ଆଗୁଆ ପଦକ୍ଷେପ ନେଇଛି ବିଏମସି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେହିଭଳି ବିଏମସି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ତଥା ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବିଏମସି ଏହି ନିଷ୍ପତ୍ତି ନେଇଥିଲା । ସମ୍ଭାବ୍ୟ ହିଟ ୱେଭକୁ ପ୍ରତିହତ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କୌଣସି ପ୍ରକାର ଆତଙ୍କିତ ନହୋଇ ସଚେତନ ରହିବାକୁ ମେୟର ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି ।

ହିଟୱେଭ ପାଇଁ ନଳକୂପ ମରାମତି, ୱାଟର ଏଟିଏମ ଗୁଡିକୁ ସଚଳ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ସେଥିରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା, ଅଂଶୁଘାତ ଜନିତ ସମସ୍ୟାକୁ ରୋକିବା ପାଇଁ ସମସ୍ତ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା ସହ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସେହିଭଳି ସମସ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ହିଟୱେଭ ସମୟରେ କୋଇଲା ଭାଟି ଲଗାଇବା ଉପରେ କଟକଣା ମଧ୍ୟ ବୋଲି ଲଗାଯାଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details