ଭୁବନେଶ୍ବର: ରାଜ୍ୟରେ ବଢୁଛି ତାପମାତ୍ରା । ନଭେମ୍ବର ମାସରେ ଶୀତ ବଢ଼ିବା ପରିବର୍ତ୍ତେ ରାଜ୍ୟରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି । ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୁ ବା ପୂର୍ବ ଦିଗରୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବଢୁଛି ତାପମାତ୍ରା । ଯାହା ଫଳରେ ରାଜ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୩ଡିଗ୍ରୀ ପରିମାଣ ଅଧିକା ରହୁଛି । ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳ ଭାବରେ ସୁନ୍ଦରଗଡରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ଼ କରଯାଇଛି ।
ଏଥିସହ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳର ଜି. ଉଦୟଗିରିରେ ୧୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବିଶେଷ ଭାବେ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ନାହିଁ । ଏଭଳି ସ୍ଥିତି ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗିରହିବ । ଏହାସହ ୪ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ବାୟୁ ହିମାଳୟ ପାଦଦେଶ ଆଡ଼ୁ ରାଜ୍ୟକୁ ପ୍ରବେଶ କରିବ । ଏହାର ପ୍ରଭାବରେ ବି ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୩ଦିନ ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଓ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।