ଓଡିଶା

odisha

ETV Bharat / state

ଦିଗହରା ସ୍ୱଚ୍ଛ ଭାରତ ମିଶନ - khordha

ଖୋର୍ଦ୍ଧାରେ ସ୍ବଚ୍ଛ ଭାରତ ପାଇଁ ସରକାର ଦେଇଥିବା ବାର ହଜାର ଟଙ୍କାରେ ନିର୍ମାଣ ହୋଇଥିବା ପାଇଖାନା ଶୌଚ କାମରେ ନଲାଗି ଏବେ ପାଲଟିଛି ଅଳିଆ ଗଦା ଓ କାଠ ଘର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jun 28, 2019, 8:55 PM IST

ଖୋର୍ଦ୍ଧା : ସ୍ୱଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ଯୋଗାଇଦେବା ସହିତ ଗାଁଗୁଡିକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଖୋର୍ଦ୍ଧାରେ କିନ୍ତୁ ସ୍ବଚ୍ଛ ଭାରତ ଦିଗହାରା ପରି ମନେ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କେଉଁଠାରେ ସିଧାସଳଖ ହିତାଧିକାରୀଙ୍କୁ ଟଙ୍କା ଦେଇ ଶୌଚାଳୟ ନିର୍ମାଣ କରାଯାଉଛି ତ ଆଉ କେଉଁଠି ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଛି ଶୌଚାଳୟ । ମାତ୍ର ଏହି ଶୌଚାଳୟକୁ କେତେଦୂର ହିତାଧିକାରୀ ଉପଯୋଗ ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ସରକାର ଦେଇଥିବା ବାର ହଜାର ଟଙ୍କାରେ ପାଇଖାନା ନିର୍ମାଣ ହୋଇଛି କିନ୍ତୁ ଶୌଚ କାମରେ ନଲାଗି ଏବେ ପାଲଟିଛି ଅଳିଆ ଗଦା ଓ କାଠ ଘର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ମୁକୁନ୍ଦପୁର ଗ୍ରାମରେ ।


ଏହି ପ୍ରସଙ୍ଗରେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ସବୁ ଦୋଷ ହିତାଦିକାରୀଙ୍କର ବୋଲି ସଫେଇ ଦେବା ସହ ସଚେତନତାର ଅଭାବପାଇଁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

ABOUT THE AUTHOR

...view details