ଓଡିଶା

odisha

ହାଇସିକ୍ୟୁରିଟି ଜୋନରେ ସନ୍ଦିଗ୍ଧ ବ୍ୟାଗ ଠାବ, ମିଳିଲା ନେକଲେସ

ଭୁବନେଶ୍ବରର ହାଇସିକ୍ୟୁରିଟି ସ୍ଥାନରୁ ମିଳିଳା ସନ୍ଦିଗ୍ଧ ବ୍ୟାଗ। ବ୍ୟାଗରୁ ନେକଲେସ ସହ ଅନେକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ

By

Published : Jul 23, 2023, 6:58 PM IST

Published : Jul 23, 2023, 6:58 PM IST

Etv Bharat
Etv Bharat

ହାଇସିକ୍ୟୁରିଟି ଜୋନରେ ସନ୍ଦିଗ୍ଧ ବ୍ୟାଗ ଠାବ

ଭୁବନେଶ୍ବର:ରାଜଧାନୀର ହାଇସିକ୍ୟୁରିଟି ଜୋନରେ ସନ୍ଦେହଜନକ ଭାବେ ପଡ଼ିଥିବା ଏକ ବ୍ୟାଗ ଠାବ । ଆଇଜି ପାର୍କ କଡ଼ରୁ ଜବତ କଲା କମିଶନରେଟ ପୋଲିସ । ଇଡକଲ ଅଡିଟୋରିୟମ ସାମ୍ନାରୁ ବ୍ୟାଗ୍‌ ସମେତ କିଛି ସାମଗ୍ରୀ ଜବତ ହୋଇଛି । ବ୍ୟାଗ ଭିତରୁ ଏକ ନେକ୍‌ଲେସ ସହ ହେୟାର ଡ୍ରାୟର ଓ ଚଷମା ଜବତ କରାଯାଇଛି । କ୍ୟାପିଟାଲ ଥାନାରେ ଜବତ ପରେ ସେସବୁକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏନେଇ କ୍ୟାପିଟାଲ ଥାନାଧିକାରୀ କହିଛନ୍ତି ଯେ ଭେରିଫାଏ କରାଯାଉଛି । ଡିଟେଲ ମିଳିବା ପରେ କଣ ଘଟଣା ଜଣାଇ ଦିଆଯିବ । ତେବେ ପାରିପାର୍ଶ୍ବିକରୁ ଜଣାପଡ଼ୁଛି ବ୍ୟାଗ ସମେତ ବ୍ୟାଗ ପାଖରୁ ଏକ ମିଲଟନ ପାଣି ବଟଲ, କିଛି ମାସ୍କ୍‌ ଓ ଚଷମା ଖୋଳ, ଏକ ଭିଜିଟଂ କାର୍ଡ ମଧ୍ୟ ଜବତ କରାଯାଇଛି । ତେବେ ହେୟାର ଡ୍ରାୟର ସହ ନେକ୍‌ଲେସ ସୁନା କି ଇମିଟେସନ ଜଣାପଡିନାହିଁ ଏହା ସହିତ କିଛି ବଟମ ମଧ୍ୟ ଜବତ କରାଯାଇଛି । ଏହାସହ ଏକ ତୁଳସୀ ମାଳି ସହ କିଛି କାଗଜପତ୍ର ମଧ୍ୟ ବ୍ୟାଗ ଭିତରୁ ଠାବ ହୋଇଛି । ଜବତ ଚଷମା ଖୋଳରୁ ମିଳିଥିବା ଦୋକାନ ଓ ଭିଜିଟିଂ କାର୍ଡରେ ଉଲ୍ଲେଖ ଥିବା ଦୋକାନର ଠିକଣାରୁ ବ୍ୟାଗ୍‌ କାହାର ସେନେଇ ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ ।

ଏହା ବି ପଢନ୍ତୁ- ନେଲ୍ କଟରରେ ସପିଂ ମଲରୁ ଚୋରି, ମାଗ୍ନେଟିକ୍ ଟ୍ୟାଗ୍ ଧରାଇଦେଲା ସାର୍ଟ ପ୍ୟାଣ୍ଟ ଚୋର

ବିଧାନସଭା ଭବନ ଓ ସଚିବାଳୟ ଭଳି ହାଇସିକ୍ୟୁରିଟି ଜୋନ୍‌ କଡ଼ରୁ ଏଭଳି ବ୍ୟାଗ ଜବତ ହେବା ପୋଲିସକୁ ସନ୍ଦେହ ଘେରରେ ପକାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କେହି ଲୁଟେରା ଲୁଟ୍‌ କରି ଫିଙ୍ଗିଦେଇଥିବା ସନ୍ଦେହ କରୁଛି । ତେବେ ବ୍ୟାଗ କାହାର ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ କିଛି ଦିନ ତଳେ ବ୍ୟାଗ ମିଳିଥିବା ସ୍ଥାନଠୁ ୧୦୦ମିଟର ଦୂର ପୁରୁଣା ବସଷ୍ଟାଣ୍ଡ କଡ଼ରୁ ଏକ ବୃଦ୍ଧ ଦମ୍ପତିଙ୍କର କାର କାଚ ଭାଙ୍ଗି ଦୁର୍ବୃତ୍ତମାନେ କିଛି ଡକ୍ୟୁମେଣ୍ଟ୍‌ ଓ ନଗଦ ଟଙ୍କା, ଜିନିଷ ନେଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ଏକ ଅଭିଯୋଗ ହୋଇଥିଲା । କାର ରଖି ମାର୍କେଟିଂ ପାଇଁ ଯାଇଥିଲେ ଦୁଇ ବରିଷ୍ଠ ନାଗରିକ। ଫେରିବା ବେଳକୁ କାଚ ଭାଙ୍ଗି ଲୁଟ୍‌ ହୋଇଥିବା ଦେଖିବାକୁ ପାଇଥିଲେ ।

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଥିଲେ ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପବନ କୁମାର ରାମ ଓ ତାଙ୍କ ପତ୍ନୀ ରଞ୍ଜନା ଅଗ୍ରୱାଲ ବୋଲି ଜଣାପଡିଥିଲା । ସେତେବେଳେ ଘଟଣା ସ୍ଥଳରେ ପିସିଆର ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମିଳିଥିବା ଏହି ବ୍ୟାଗ ସେମାନଙ୍କର ନା ଆଉ କାହାର ବା ଲୁଟପାଟ ପରେ ଦୁର୍ବୃତ୍ତ ଏହାକୁ ଫିଙ୍ଗି ଦେଇଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆଗକୁ ପର୍ବପର୍ବାଣୀ ଆସୁଥିବା ବେଳେ ମାର୍କେଟ ଏରିଆରେ ଏଥର ଭିଡ଼ ଜମିବ । ଏଣୁ ଏସବୁର‌ ଫାଇଦା ନେଇ ରାଜ୍ୟ ତଥା ରାଜ୍ୟ ବାହାରର ଅପରାଧୀ ଲୁଟପାଟ କରିବେ । ସେମାନଙ୍କ ମଧ୍ୟରୁ କାର କାଚ ଭାଙ୍ଗି ଲୁଟ କରିବା ଏକ ଟ୍ରେଣ୍ଡ ମଧ୍ୟ ରହିଛି । ତେବେ କାର ପାର୍କ କରୁଥିଲେ ହୁସିଆର ରହିବାକୁ ପୋଲିସ ସଚେତନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details