ଓଡିଶା

odisha

By

Published : Aug 21, 2020, 2:24 PM IST

ETV Bharat / state

ଦଳେଇପୁଟ ବୋମା ମାଡ ପଛରେ ରହିଛି ସୁପାରି କିଲରଙ୍କ ହାତ: ଖୋର୍ଦ୍ଧା ଏସପି

ଥରେ କି ଦୁଇ ଥର ନୁଁହେ ତିନି ତିନି ଥର ହୃଦାନନ୍ଦ ସ୍ବାଇଁଙ୍କ ଘରେ ବୋମା ମାଡ଼ କରିବା ଘଟଣାରେ ସୁପାରି କିଲରଙ୍କ ହାତ ଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ଅଧିକ ପଢନ୍ତୁ...

daleiput bombing, khurdha latest news, khurdha bombing update, khurdha sp, ଦଳେଇପୁଟ ବୋମା ମାଡ, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌, ଖୋର୍ଦ୍ଧାରେ ବୋମା ମାଡ ଅପଡେଟ, ଖୋର୍ଦ୍ଧା ଏସପି
ଦଳେଇପୁଟ ବୋମା ମାଡ ପଛରେ ସୁପାରି କିଲରଙ୍କ ହାତ: ଖୋର୍ଦ୍ଧା ଏସପି

ଖୋର୍ଦ୍ଧା: ଥରେ କି ଦୁଇ ଥର ନୁଁହେ ତିନି ତିନି ଥର ହୃଦାନନ୍ଦ ସ୍ବାଇଁଙ୍କ ଘରେ ବୋମା ମାଡ଼ କରିବା ଘଟଣାରେ ସୁପାରି କିଲରଙ୍କ ହାତ ଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ସୂଚନା ଅନୁଯାୟୀ ହୃଦାନନ୍ଦ ଏବଂ ତାଙ୍କ ପଡୋଶୀଙ୍କ ମଧ୍ୟରେ ପାରିବାରିକ ବିବାଦ କାରଣରୁ ଏହି ବୋମାମାଡ଼ ହୋଇଥିବା ଜଣାପଡିଛି ।

ଦଳେଇପୁଟ ବୋମା ମାଡ ପଛରେ ସୁପାରି କିଲରଙ୍କ ହାତ: ଖୋର୍ଦ୍ଧା ଏସପି

ଏହି ଘଟଣାରେ ସଦର ଥାନା ପୋଲିସ ପୂର୍ବରୁ ଜଣକୁ ଗିରଫ କରିଥିବା ବେଳେ ଶୁକ୍ରବାର ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ଗତ 11 ତାରିଖ ଏବଂ 18 ତାରିଖରେ ବୋମାମାଡ଼ ହୋଇଥିଲା । ଏହି ଘଟଣାରେ ହୃଦାନନ୍ଦଙ୍କ ପରିବାରର ସୁରକ୍ଷା ପାଇଁ ତାଙ୍କ ଘରେ ପୋଲିସ ମୁତୟନ କରାଯାଇଥିଲା । କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ପୁନର୍ବାର ଚାରି ଜଣ ଦୁର୍ବୃତ୍ତ ଆସି ଚାରୋଟି ବୋମାମାଡ଼ କରିଥିବା ଦେଖାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details