ଓଡିଶା

odisha

ETV Bharat / state

ମଇ ୫ରୁ ସ୍କୁଲରେ ଖରାଛୁଟି, ଆସିଲା 2023-24 ଶିକ୍ଷାବର୍ଷ କ୍ୟାଲେଣ୍ଡର

ମଇ 5ରୁ ସ୍କୁଲରେ ଖରାଛୁଟି ଆରମ୍ଭ ହେବ । ୨୦୨୩ ଶିକ୍ଷାବର୍ଷ ଲାଗି ପ୍ରକାଶ ପାଇଥିବା ଶିକ୍ଷା କ୍ୟାଲେଣ୍ଡରେ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

summer vacation 2023
summer vacation

By

Published : Apr 11, 2023, 12:25 PM IST

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ର 40ଡିଗ୍ରୀ ଛୁଇଁଲାଣି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ 8ଟା ପରେ ଘରୁ ବାହାରିବା କଷ୍ଟକର ହେଲାଣି । ଚଳିତ ବର୍ଷ ମଇ 5ରୁ ସ୍କୁଲରେ ଖରାଛୁଟି ଆରମ୍ଭ ହେବ । 2023 ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ୨୦୨୩ ଶିକ୍ଷାବର୍ଷରେ ୨୩୨ଟି କାର୍ଯ୍ୟ ଦିବସ ରହିଛି । ମେ ୫ରୁ ଖରାଛୁଟି ଆରମ୍ଭ ହେବ । ଜୁନ 19 ତାରିଖରେ ସ୍କୁଲ୍‌ ଖୋଲିବ ।

2023 ଶିକ୍ଷା କ୍ୟାଲେଣ୍ଡର

ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି DEOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ୨୦୨୩ ଶିକ୍ଷାବର୍ଷରେ ୨୩୨ଟି କାର୍ଯ୍ୟ ଦିବସ ରହିଛି । କ୍ୟାଲେଣ୍ଡର ସୂଚନା ଅନୁସାରେ, ଆସନ୍ତା ମଇ ୫ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ତେବେ ୧୮ ତାରିଖ ରବିବାର ପଡୁଥିବାରୁ ଜୁନ ୧୯ ତାରିଖ ସୋମବାର ଠାରୁ ପୁଣି ଥରେ ବିଦ୍ୟାଳୟ ଖୋଲିବ। ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟାରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ରଖାଯାଇଛି। ଶନିବାର ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ। ମୋଟ୍ ବିଦ୍ୟାଳୟ କାର୍ଯ୍ୟ ଦିବସ ୨୩୨ ଦିନ ରଖାଯାଇଛି ।

ଏପ୍ରିଲ ମାସରେ ୨୧ଟି କାର୍ଯ୍ୟଦିବସ ରହିଥିବାବେଳେ ମଇରେ ୪ଟି, ଜୁନରେ ୮ଟି, ଜୁଲାଇ ଓ ଅଗଷ୍ଟରେ ୨୫ଟି ଲେଖାଏଁ, ସେପ୍ଟେମ୍ବରରେ ୨୧, ଅକ୍ଟୋବରରେ ୧୬, ନଭେମ୍ବରରେ ୨୪, ଡିସେମ୍ବରରେ ୧୭, ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚରେ ୨୪ଟି ଲେଖାଏଁ ରହିଛି । ମୋଟ୍ ୮୧ଟି ଛୁଟି ଏବଂ ୫୩ଟି ରବିବାର ରହିଛି। ସେହିପରି ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୪ର୍ଥ ସପ୍ତାହରୁ ଖରାଛୁଟି ହେବ। ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍-୧, ଅକ୍ଟୋବର ଦ୍ବିତୀୟ ସପ୍ତାହରେ ସମ୍ମେଟିଭ୍-୧, ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍-୨ ପାଇଁ ଧାର୍ଯ୍ୟ ହୋଇଛି । କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି।

ଏହା ବି ପଢନ୍ତୁ...ଅସହ୍ୟ ତାତି, ଆଜିଠୁ ସକାଳୁଆ ସ୍କୁଲ

ପ୍ରକାଶଥାଉ କି, ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମର୍ଣ୍ଣିଂ କ୍ଲାସ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଦେଇଥିଲେ । ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ସମୟ ରହିଛି । ଚଳିତ ମାସ ୩ ତାରିଖରୁ ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଲାଣି । ଆଗକୁ ତାତି ଆହୁରି ବଢିବ ତେଣୁ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details