ଭୁବନେଶ୍ବର:ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରାକାରଙ୍କ ବଡ ନିଷ୍ପତ୍ତି । ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲି(ଶୁକ୍ରବାର) ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ । କେବେ ସ୍କୁଲ ଖୋଲିବ ସେନେଇ ନିଷ୍ପତ୍ତି ନେବେ ବିଭାଗ । ଏନେଇ ଆଜି ପ୍ରକାଶ ପାଇବ ଆନୁଷ୍ଠାନିକ ବିଜ୍ଞପ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରିଛନ୍ତି ସରକାର । ମେ’ ମାସ 5 ତାରିଖରେ ଖରା ଛୁଟି ହେବା ନେଇ ଏକାଡେମିକ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିଲା ।
ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ନେଇ ବାରମ୍ବାର ସ୍କୁଲ ଖୋଲିବା ଓ ଛୁଟି ହେବା ପରିସ୍ଥିତି ଦେଖାଯାଇଥିଲା । ଏଣୁ ଛୋଟ ପିଲାଙ୍କ ସ୍ଵାସ୍ଥ୍ୟଗତ ଓ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଛୁଟି କରିଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି କରାଯାଇଛି । ତେବେ ରାଜ୍ୟ ସରକାର 15 ଦିନ ଆଗୁଆ ସ୍କୁଲ ଗୁଡିକକୁ ଛୁଟି ଘୋଷଣା କରାଯାଇଛି । କେବେ ଖୋଲିବ ସ୍କୁଲ ସେନେଇ ନିଷ୍ପତ୍ତି ନେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ରାଜ୍ୟରେ ଅନେକ ସହରରେ ସକାଳ ସମୟରେ 32 ଡିଗ୍ରୀ ତାପମାତ୍ରା ରହୁଛି । ସକାଳ 9ଟା ସମୟରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ତାହା ଜାରି ରହୁଛି । ଯାହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।