ଭୁବନେଶ୍ବର: ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଦିନକୁ ଦିନ ସସପେନ୍ସ ବଢ଼ିବାରେ ଲାଗିଛି । ଏହା ହତ୍ୟା ନା ଆତ୍ମହତ୍ୟା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସେ ସୂଚନା ଦେଇଛନ୍ତି । ହୋଟେଲର ସିସିଟିଭି ଯାଞ୍ଚ କରାଯାଉଛି । ଆତ୍ମହତ୍ୟା ପଛରେ ଆଉ କାହାର ହାତ ଅଛି ନା ନାହିଁ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ।
ଏହା ମଧ୍ୟ ପଢ଼ନ୍ତୁ:Subhalakshmi Death Mystery: ସିସିଟିଭିରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ, ସନ୍ଦେହ ଘେରରେ ହୋଟେଲ ଓ କର୍ମଚାରୀ
ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ ମାନସିକ ଚାପରେ ରହୁଥିବାର ପୋଲିସ କହିଛି । ଶୁଭଲକ୍ଷ୍ମୀଙ୍କ ସିଡିଆର ରିପୋର୍ଟ ପୋଲିସ ପାଇଛି । ହେଲେ ସେଥିରୁ କୌଣସି ତଥ୍ୟ ମିଳିନାହିଁ । ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏନେଇ ଡିସିପି କହିଛନ୍ତି, "ଦୀପାଳି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି । ଶୁଭଲକ୍ଷ୍ମୀ କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ଅଧିକ ତଥ୍ୟ ପାଇଁ ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଚାଲିଛି । ମାନସିକ ଚାପର କଣ ସବୁ କାରଣ ହେଇପାରେ ସେସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ସେହିପରି ସୋସିଆଲ ମିଡ଼ିଆରେ କାହା କାହା ସହ ସେ କଥା ହୋଇଛନ୍ତି, ସେ ସବୁର ତଦନ୍ତ କରାଯାଉଛି । ଭାଇରଲ ଭିଡିଓକୁ ତଦନ୍ତ ପରିସର କରାଯାଉଛି । ଭାଇରାଲ ଭିଡିଓ କାହାର କିଏ ଭାଇରଲ କରୁଛି ସେ ଦିଗରେ ମଧ୍ୟ ଯାଞ୍ଚ ଚାଲିଛି ।" ସେପଟେ ପୁରୁଷ ବନ୍ଧୁ ଅନିଲକୁ ତଦନ୍ତ ପରିସର ଭୁକ୍ତ କରଯାଇଛି ବୋଲି କହିଛନ୍ତି ଡିସିପି ।