ଓଡିଶା

odisha

ETV Bharat / state

ଛାତ୍ର ସଂସଦ ନିର୍ବାଚନ ତାତି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଗର୍ଜିଲେ ଛାତ୍ର - protest outside higher education minister home

ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଗର୍ଜିଲା ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ । ଅଧିକ ପଢନ୍ତୁ

ଛାତ୍ର ସଂସଦ ନିର୍ବାଚନ ତାତି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଗର୍ଜିଲେ ଛାତ୍ର
ଛାତ୍ର ସଂସଦ ନିର୍ବାଚନ ତାତି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଗର୍ଜିଲେ ଛାତ୍ର

By

Published : Dec 15, 2022, 2:07 PM IST

ଛାତ୍ର ସଂସଦ ନିର୍ବାଚନ ତାତି

ଭୁବନେଶ୍ବର:ଥମୁନି ଛାତ୍ର ସଂସଦ ନିର୍ବାଚନ ତାତି । ନିର୍ବାଚନ କରିବା ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଭୁବନେଶ୍ବର ସ୍ଥିତ ବାସଭବନ ଆଗରେ ଗର୍ଜିଲା ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ(Voices grow for student union election) । ଆଜି ସଂଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ଏହାସହିତ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ''କୋଭିଡ ଏବଂ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଦୀର୍ଘ ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା । ସରକାର ତୁରନ୍ତ ଏହି ବିଷୟ ଉପରେ ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ହକ୍ ଛଡେଇ ନେବାକୁ ରାଜ୍ୟ ସରକାର ଯେଉଁ ଅପଚେଷ୍ଟା ଜାରି ରଖିଛନ୍ତି, ତୁରନ୍ତ ଏହାକୁ ବନ୍ଦ କରି କଲେଜ ଗୁଡିକରେ ନିର୍ବାଚନ ଲାଗୁ କରନ୍ତୁ ।''

ଏହାମଧ୍ୟ ପଢନ୍ତୁ: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

ବ୍ରହ୍ମପୁର, କଟକ ଭଳି ଅନେକ ଜିଲ୍ଲାର ପ୍ରମୁଖ କଲେଜ ଗୁଡିକରେ ଛାତ୍ର ବିଜେଡି ଆତଙ୍କ ସୃଷ୍ଟି କରୁଛି । ଯାହାଫଳରେ ସାଧାରଣ ଛାତ୍ରଛାତ୍ରୀ କଲେଜ ଯିବାକୁ ଭୟ କରୁଛନ୍ତି । ଏଥିପାଇଁ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ ନଚେତ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଦେଇଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ । ପୂର୍ବରୁ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନେଇ ଏହି ସଂଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରିଥିଲେ ଉତ୍ୟକ୍ତ ଛାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details