ଭୁବନେଶ୍ବର:କୁନି କୁନି ପିଲାଙ୍କ ପ୍ରତିଭା ଅନ୍ବେଷଣ ଲାଗି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିଆରା ପ୍ରୟାସ । ଆୟୋଗ ପକ୍ଷରୁ ଏକି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଉଭୟ ଦିବ୍ୟାଙ୍ଗ ଓ ସାଧାରଣ ଛାତ୍ରଛାତ୍ରୀ । ତେବେ କୁନି କୁନି ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଦରକାରୀ ପଦାର୍ଥରୁ ନିଜର ପ୍ରତିଭା ବଳରେ ସୁନ୍ଦର ସୁନ୍ଦର କଳାକୃତିର ପ୍ରଦର୍ଶନ କରିଛନ୍ତି । ପ୍ଲାଷ୍ଟିକ ବୋତଲ ଓ କାଗଜରୁ ଘର ସାଜସଜ୍ଜା ଜିନିଷ ପ୍ରସ୍ତୁତ କରିଛନ୍ତି । ଶିଶୁଙ୍କ ପ୍ରତିଭାର ବିକାଶ ଲାଗି ଆୟୋଗ ପକ୍ଷରୁ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି ।
ଆୟୋଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବରରେ ରହିଥିବା ବିଭିନ୍ନ ବସ୍ତିରୁ ପ୍ରାୟ ୨୦୦ ଦିବ୍ୟାଙ୍ଗ ଏବଂ ୨୦୦ରୁ ଅଧିକ ଅଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିଭିନ୍ନ କଳାକୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି । ରୁଚିକା ସ୍କୁଲରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ କାଗଜ ଓ ପ୍ଲାଷ୍ଟିକ ବୋତଲରେ ପ୍ରସ୍ତୁତ ବିଭିନ୍ନ କଳାକୃତି, ବିଜ୍ଞାନ ମଡେଲ ଓ ଚାରୁକଳା କାରୁକାର୍ଯ୍ୟ ଇତ୍ୟାଦି ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରୁଚିକା ସମାଜ ମଙ୍ଗଳ ସଂଗଠନ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
ଏହା ବି ପଢନ୍ତୁ- ଅଦରକାରୀ ବସ୍ତୁରୁ ସୁଧାକାରଙ୍କ ସୁନ୍ଦର କଳାକୃତି, ପେଶାରୁ ଅବସର ପରେ ନିଶା ପାଇଁ ବଳାଇଛନ୍ତି ମନ