ଖୋର୍ଦ୍ଧା:କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଦେଇଛି ସଫଳତା । ସେଇଥି ପାଇଁ ତ ସେ ଆଜି ଇଣ୍ତିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତରାବୋଇର ମୁସ୍କାନ ତେହେସିନ । ଖୋର୍ଦ୍ଧା ପିଏନ କଲେଜର ଯୁକ୍ତ ତିନିର ଛାତ୍ରୀ । ଏକାସାଙ୍ଗରେ ଦୁଇ ହାତରେ ମିରର ରାଇଟିଂ କରି ୫ଟି ଭାଷାରେ ଜାତୀୟ ସଙ୍ଗୀତ ଲେଖି ସଫଳତା ସାଉଁଟିଛନ୍ତି ମୁସ୍କାନ ।
କେବଳ ଡାହାଣ ହାତ ନୁହେଁ ବାମ ହାତରେ ମଧ୍ୟ ସେ ଲେଖୁଛନ୍ତି ଦେଶାତ୍ମବୋଧକ ସଙ୍ଗୀତ । ଏହି ବିରଳ କିର୍ତ୍ତୀ ପାଇଁ କେବଳ ଖୋର୍ଦ୍ଧା କାହିଁକି ପୁରା ଓଡିଶାକୁ କରିଛନ୍ତି ଗୌରବାନିତ୍ବ । ହିନ୍ଦି,ଇଂରାଜୀ, ଓଡିଆ, ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ସେ ଦେଶାତ୍ମାବୋଧକ ସଙ୍ଗୀତ ଲେଖିବାରେ ବେଶ ପାରଙ୍ଗମ । କେବଳ ସେତିକି ନୁହେଁ ସେ ଗୋଟିଏ ହାତରେ ଦୁଇଟି କଲମ ଧରି ଭିନ୍ନ ଭିନ୍ନ ଢଙ୍ଗରେ ମଧ୍ୟ ଲେଖାଲେଖା କରିବାରେ ସେ ବେଶ ସିଦ୍ଧହସ୍ତ ।