ଭୁବନେଶ୍ବର: BJB କଲେଜରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ୪ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ସମ୍ପୃକ୍ତ ୪ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ନିଲମ୍ବିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଆଜି ଏହି ଛାତ୍ରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ବିଜେବି କଲେଜ ଛାତ୍ରଙ୍କୁ ମାଡ଼ମରା ଘଟଣା 4 ଜଣ ଛାତ୍ର ଜଣ ପ୍ରିୟରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା, ବିକାଶ କୁମାର ଦାସ କଲେଜର ଜଣେ ଜୁନିଅର ଛାତ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ପରିସ୍ଥିତି ଏଭଳି ହେଲା ଯେ, ଏନେଇ ଥାନାରେ ପହଞ୍ଚିଥିଲା ମାମଲା । କଲେଜରେ ରାଗିଂ ହେଉଥିବା ଅବିଭାବକ ଅଭିଯୋଗ କରିଥିଲେ । ହେଲେ ପୋଲିସ କହୁଛି ରାଗିଂ ନୁହେଁ ଏହା ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ।
୩ ଦିନ ପୂର୍ବେ ବିଜ୍ଞାନ ବିଭାଗର ଜଣେ ଛାତ୍ରୀଙ୍କ ସହ ତାଙ୍କର ଜଣେ ବନ୍ଧୁ ଯାଉଥିବା ବେଳେ, କଳା ବିଭାଗର ଦୁଇ ଜଣ ସିନିୟର୍ ଛାତ୍ର ଆସି ତାଙ୍କୁ ବାରଣ କରିଥିଲେ । ସେହି ଛାତ୍ରୀ ସହ ନମିଶିବାକୁ ଧମକ ଦେବା ସହ ତାଙ୍କୁ ମାରପିଟ କରିଥିଲେ । ଏହି ସମୟରେ ଘଟଣା ସ୍ଥଳରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଦେଖଣାହାରୀ ପାଲଟିଥିଲେ ସୁଦ୍ଧା କେହି ଏହାକୁ ରୋକିବାକୁ ପ୍ରୟାସ କରିନଥିଲେ ।
ଏନେଇ ବଡଗଡ ଥାନାରେ ଏକ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତଦନ୍ତ କରି ୪ ଉନ୍ମତ୍ତ ଛାତ୍ରଙ୍କୁ ଗିରଫ କରିଥିଲା । ଏହାପରେ ଆଜି ହିଁ କଲେଜ କର୍ତ୍ତୃପକ୍ଷ ଏହି ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ପୋଲିସ କହିଛି ଏହା ରାଗିଂ ନୁହେଁ, ବରଂ ଦୁଇ ଛାତ୍ରୀଙ୍କ ସହ ସମ୍ପୃକ୍ତ ଛାତ୍ର ଯିବା ଆସିବାକୁ ନେଇ ସିନିୟର୍ ଛାତ୍ରଙ୍କ ଏହା ଗଣ୍ଡଗୋଳ ।
ସ୍ପଷ୍ଟ ଦିବାଲୋକରେ କଲେଜ କ୍ୟାମ୍ପସ ଭିତରେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରମାନେ ଆତଙ୍କ ସୃ୍ଷ୍ଟି କରିଥିଲେ । କିଛିଦିନ ପୂର୍ବେ ବିଜେବି କଲେଜର ଦୁଇ ଦୁଇଟି ରାଗିଂ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଣେ ଛାତ୍ରଙ୍କୁ ରାଗିଂ ହେଉଥିବାର ଭିଡିଓ ଭାଇରାଲ ହୋଇଛି । ଅବିଭାବକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚିନ୍ତାର ବିଷୟ ପାଲଟିଛି । ତେବେ ଏନେଇ କଲେଜ କତୃପକ୍ଷ ପଦକ୍ଷପ ନେଇଛନ୍ତି । ଏହି 4 ଜଣ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା କରାଯାଇଛି ।