ଓଡିଶା

odisha

ETV Bharat / state

ଜଟଣୀରେ ଚଢାଉ, ପଥର ଓ ବାଲି ମାଫିଆଙ୍କ ଟ୍ରକ ଜବତ

ଗୁରୁବାର ସକ୍ରିୟ ହୋଇଛନ୍ତି ଜଟଣୀ ତହସିଲଦାର । ତହସିଲଦାରଙ୍କ ନେତୃତ୍ବରେ ଗଠନ ହୋଇଥିବା ଟିମ ଆଜି ପଥର ଓ ବାଲି ମାଫିଆଙ୍କୁ ଚେକ ଦେଇଛନ୍ତି ।

By

Published : Oct 23, 2020, 12:49 PM IST

ଜଟଣୀ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ, ପଥର ଓ ବାଲି ମାଫିଆଙ୍କ ଟ୍ରକ ଜବତ
ଜଟଣୀ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ, ପଥର ଓ ବାଲି ମାଫିଆଙ୍କ ଟ୍ରକ ଜବତ

ଖୋର୍ଦ୍ଧା: ଜିଲ୍ଲାରେ ସକ୍ରିୟ ବାଲି ଓ ମାଙ୍କଡା ପଥର ମାଫିଆ । ରାଜସ୍ବ ବିଭାଗର ଅନୁମତି ବିନା ଖଣି ଖନନ କରି କୋଟି କୋଟି ଟଙ୍କାର ରାଜସ୍ବ ଲୁଟୁଛନ୍ତି ଏହି ମାଫିଆମାନେ । ରାଜସ୍ବ ବିଭାଗର କିଛି କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହେଉଥିବା ଚର୍ଚ୍ଚା ହେବା ପରେ ଗୁରୁବାର ସକ୍ରିୟ ହୋଇଛନ୍ତି ଜଟଣୀ ତହସିଲଦାର । ତହସିଲଦାରଙ୍କ ନେତୃତ୍ବରେ ଗଠନ ହୋଇଥିବା ଟିମ ଆଜି ପଥର ଓ ବାଲି ମାଫିଆଙ୍କୁ ଚେକ ଦେଇଛନ୍ତି ।

ଜଟଣୀ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ, ପଥର ଓ ବାଲି ମାଫିଆଙ୍କ ଟ୍ରକ ଜବତ

ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି 3ଟି ବାଲି ବୋଝେଇ ହାଇୱା ଏବଂ 7ଟି ମାଙ୍କଡା ପଥର ବୋଝେଇ ଟ୍ରକ ଓ ଗୋଟିଏ ମିନି ଟ୍ରକ୍ ଜବତ କରିଥିବା ଜଣାପଡ଼ିଛି । ତହସିଲଦାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଦେଖି ମାଫିଆମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details