ଭୁବନେଶ୍ବର : STF କବଜାରେ ବ୍ରାଉନସୁଗର ବେପାରୀ । ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରିଛି STF । ବ୍ରାଉନସୁଗାର ଜବତ କରାଯିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ୧ କୋଟି ୩୩ଲକ୍ଷ ଟଙ୍କା ହୋଇଥିବା ଜଣା ପଡିଛି ।
ବିଶିଷ୍ଟ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ପୋଲିସ ସହାୟତାରେ ଅଂଶୁପା ହ୍ରଦ ନିକଟରେ ବ୍ରାଉନ ସୁଗାର ଡିଲ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତଙ୍କଠାରୁ ବ୍ରାଉନସୁଗାର ଜବତ କରାଯିବା ସହିତ ମୋବାଇଲ ଫୋନ ଏବଂ ହୁଣ୍ଡାଇ ସାଣ୍ଟ୍ରୋ କାରକୁ ସିଜ୍ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ କୋଶଳାର ଜୁମେଶ ସାହୁ ଓ କଟକ ଆଠଗଡ଼ର ହେମନ୍ତ । ଏହି ଗିରଫ ଅଭିଯୁକ୍ତ ପୂର୍ବରୁ ଡକାୟତି ମାମଲାରେ ଲିପ୍ତ ଥିବା କହିଛନ୍ତି STF SP କେକେ ପାଣିଗ୍ରାହୀ ।