ଓଡିଶା

odisha

ETV Bharat / state

ଟିମ୍‌ ଆହୁରି ବ୍ୟାପକ ହେବ, ଲକ୍ଷାଧିକ ଲୋକ ଦାୟିତ୍ବ ପାଇବେ: ମନମୋହନ ସାମଲ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ଏହି ଟିମ୍‌ ଆହୁରି ବ୍ୟାପକ ହେବ ଓ ଲକ୍ଷାଧିକ ଲୋକ ଦାୟିତ୍ବ ପାଇବେ ବୋଲି କହିଛନ୍ତି ମନମୋହନ । ଅଧିକ ପଢ଼ନ୍ତୁ

State BJP President Manmohan Samal
State BJP President Manmohan Samal

By

Published : Aug 4, 2023, 6:43 PM IST

State BJP President Manmohan Samal

ଭୁବନେଶ୍ବର: ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାପୂର୍ବରୁ ଚଳଚଞ୍ଚଳ ହୋଇଛି ବିଜେପି ଶିବିର । ଦାୟିତ୍ବ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ରହିଛନ୍ତି । ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ସମେତ ୫ଟି ମୋର୍ଚ୍ଚାର ସଭାପତିଙ୍କ ନାଁ ମଧ୍ୟ ଏଥିରେ ଘୋଷଣା କରାଯାଇଛି । ଈରାଶିଷ ଆଚାର୍ଯ୍ୟଙ୍କ ସ୍ଥାନରେ ଅଭିଳାଷ ପଣ୍ଡାଙ୍କୁ ଯୁବମୋର୍ଚ୍ଚା ସଭାପତି କରାଯାଇଛି ।

ରାଜ୍ୟ ସଙ୍ଗଠନର ନୂଆ ଟିମ୍‌ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, "ଦଳରେ ବହୁତ କାମ ଅଛି । ସମସ୍ତଙ୍କୁ ଦାୟିତ୍ଵ ଦିଆଯିବ । ଦଳରେ କେହି ବାଦ ପଡ଼ିବେନି । କାର୍ଯ୍ୟକର୍ତ୍ତାଙ୍କ ପାଇଁ ବହୁତ କାମ ଅଛି । ସେହି ଅନୁସାରେ ଦାୟିତ୍ଵ ଦିଆଯିବ । ଏହି ଟିମ୍ ସହ ଆହୁରି ବ୍ୟାପକ ଟିମ୍ କାମ କରିବେ । ଲକ୍ଷାଧିକ ଲୋକ ଦାୟିତ୍ଵ ପାଇବେ । କିଛି ଅସନ୍ତୋଷ ନାହିଁ ।" ସେହିଭଳି ଅମିତ ଶାହାଙ୍କ ଗସ୍ତ ନେଇ ସେ କହିଛନ୍ତି, "ରାଜ୍ୟ ପଦାଧିକାରୀ ଏବଂ କୋର କମିଟିର ବୈଠକ କରିବେ ଶାହା । ସମସ୍ତେ ଆଗ୍ରେସିଭ୍‌ ମୁଡ୍‌ରେ ଅଛନ୍ତି । ଅମିତ ଶାହା ଆହୁରି ଉତ୍ସାହ, ଉଦ୍ଦୀପନା ଦେବେ ।" ଲଢେଇ ଜୋରଦାର ହେବ ଓ ବିଜେପି ସରକାର କରିବ ବୋଲି ସେ କହିଛନ୍ତି । ସେପଟେ ବିଜେପି ଓ ବିଜେଡି ମେଣ୍ଟ ନେଇ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, "କଂଗ୍ରେସ ସାର୍ଟିଫିକେଟରେ ବିଜେପି ଚାଲୁନାହିଁ । ତେଣୁ କଂଗ୍ରେସର ମତାମତ ଉପରେ ଆମେ କିଛି କହିବୁନାହିଁ । ଓଡ଼ିଶା ପରିପ୍ରେକ୍ଷୀରେ କଂଗ୍ରେସ ଉପରେ ଆଲୋଚନା କରିବାର ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆ ଟିମ୍‌ ପାଇ ଚଳଚଞ୍ଚଳ ବିଜେପି ଶିବିର, ଗୁରୁମନ୍ତ୍ର ଦେବେ ଶାହା

ବିଜେପିର ନୂଆ କମିଟି:-

ଉପସଭାପତି: ନାଉରୀ ନାଏକ(ବିଧାୟକ), ଅପରାଜିତା ଷଡ଼ଙ୍ଗୀ (ସାଂସଦ), ରବି ନାରାୟଣ ନାଏକ, ଡଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଧାୟକ), ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ (ବିଧାୟିକା), ଡଃ ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ୍, ବିରଞ୍ଚି ନାରାୟଣ ତ୍ରିପାଠୀ ।

ସାଧାରଣ ସମ୍ପାଦକ: ସାରଦା ପ୍ରସାଦ ଶତପଥୀ, ଡଃ ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍‌କେଟା, ସୀମାଞ୍ଚଳ ଖଟେଇ

ସାଧାରଣ ସମ୍ପାଦକ(ସଂଗଠନ): ମାନସ କୁମାର ମହାନ୍ତି

ସମ୍ପାଦକ: ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କାରା, ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଈରାଶିଷ ଆଚାର୍ଯ୍ୟ

ସମ୍ପାଦକ(କାର୍ଯ୍ୟାଳୟ): ଦେବେନ୍ଦ୍ର କୁମାର ନନ୍ଦ

କୋଷାଧ୍ୟକ୍ଷ:ସୁଦର୍ଶନ ଗୋୟଲ

ଯୁଗ୍ମ କୋଷାଧ୍ୟକ୍ଷ: ଦିବାକର ହରିଚନ୍ଦନ

ସୋସିଆଲ୍ ମିଡିଆ ଇନ୍‌-ଚାର୍ଜ: ଉମାକାନ୍ତ ପଟ୍ଟନାୟକ

ରାଜ୍ୟମୋର୍ଚ୍ଚା ସଭାପତି

ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା

ମହିଳା ମୋର୍ଚ୍ଚା: ଐଶ୍ବର୍ଯ୍ୟା ବିଶ୍ବାଳ

କିଷାନ ମୋର୍ଚ୍ଚା: ମହେଶ୍ବର ସାହୁ

ଏସ୍‌ଟି ମୋର୍ଚ୍ଚା: ନିତ୍ୟାନନ୍ଦ ଗଣ୍ଡ (ବିଧାୟକ)

ଏସ୍‌ସି ମୋର୍ଚ୍ଚା: ଡଃ ବିଭୂ ପ୍ରସାଦ ତରାଇ

ଓବିସି ମୋର୍ଚ୍ଚା: ସୁରଥ ବିଶ୍ବାଳ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details