ଭୁବନେଶ୍ୱର: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜି ହେବା ସହ ଏନେଇ କେନ୍ଦ୍ର ସରକାରଙ୍କ ମତାମତ ଅପେକ୍ଷାରେ ରହିଛନ୍ତି । ତେବେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ନିଜର ମତ ରଖିଛନ୍ତି । ଜାତି, ଧର୍ମ ଓ ଲିଙ୍ଗ ଆଧାରରେ ସମସ୍ତେ ପ୍ରେମ କରିପାରିବେ ଏବଂ ମୌଳିକ ଅଧିକାର ତଥା ଗଣତାନ୍ତ୍ରିକ ଅଧିକାର ବଳରେ ବିବାହ କରିପାରିବେ । ତେବେ ଏହା ମୁଁ ମଧ୍ୟ ସାବ୍ୟସ୍ତ କରିବାକୁ ଯାଉଛି ବୋଲି ଦୂତି ଚାନ୍ଦ କହିଛନ୍ତି ।
ପୂର୍ବରୁ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦେବାସହ ଧାରା ୩୭୭ ଉଚ୍ଛେଦ କରିଥିଲେ । ଏବେ ବିବାହ ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାଜି ଥିବାରୁ ଏହା ଦୂତୀଙ୍କ ପାଇଁ ଅନେକ ଖୁସି ଆଣିଦେଇଛି । କାରଣ ସେ ମଧ୍ୟ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ଏବଂ ତାଙ୍କର ମହିଳା ବନ୍ଧୁଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ମାନ୍ୟତା ଦେଇଥିବାରୁ ସେ ଖୁସି ଜାହିର କରିଛନ୍ତି । ତେବେ କେବେ ବିବାହ ପ୍ରଶ୍ନରେ ଦୂତି କହିଛନ୍ତି, "ପ୍ରଥମେ କ୍ୟାରିୟର । ଆଗକୁ ଅନେକ ଖେଳ ବାକି ରହିଛି । ୨ରୁ ୩ ବର୍ଷ ଖେଳରେ ସମୟ କାଟିବା ପରେ ବିବାହ କରିବା ନେଇ ନିଷ୍ପତ୍ତି ନେବି ।"