ଓଡିଶା

odisha

ETV Bharat / state

ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦଘାଟିତ, ଜମୁଛି ଗ୍ରାହକଙ୍କ ଭିଡ - ଭୁବନେଶ୍ୱରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା

ରାଜଧାନୀ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ୍‌ଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଆୟୋଜନ କରାଯାଇଛି । ଆଗକୁ ପଢ଼ନ୍ତୁ

ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦଘାଟିତ
ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦଘାଟିତ

By ETV Bharat Odisha Team

Published : Oct 18, 2023, 10:30 AM IST

Updated : Oct 18, 2023, 10:46 AM IST

ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦଘାଟିତ, ଜମୁଛି ଗ୍ରାହକଙ୍କ ଭିଡ

ଭୁବନେଶ୍ବର:ରାଜଧାନୀଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ୍‌ଠାରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଆୟୋଜିତ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏହି ମେଳାର ଆୟୋଜନ କରାଯାଇଛି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି ଓ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି (pohi) ୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ବୟନଶିଳ୍ପ ନିର୍ଦ୍ଦେଶକ ଆଇ.ଆର.ଏସ୍‌ ଶୋଭନ କ୍ରୀଷ୍‌ନା ସାହୁ ଉଦ୍‌ଘାଟନ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ଆସନ୍ତା ୨୯ରୁ ଢେଙ୍କାନାଳରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା

ପାର୍ବଣର ପୂଜାକୁ ଆଉ ଟିକେ ରଙ୍ଗୀନ ଓ ସୁନ୍ଦର କରିବାକୁ ଯାଇ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ ଠାରେ ଆୟୋଜନ କରାଯାଇଛି । ତେବେ ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ, ବାରିପଦା, ବାଲେଶ୍ୱର, ପାଟଣାଗଡ଼, ନୟାଗଡ଼, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କଠାରୁ ୩୩ଗୋଟି ତନ୍ତବାୟ ସମିତି ବା ଏସ୍‌ଏଚ୍‌ଜିର ବୁଣାକାରମାନେ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଏକାଠି ହୋଇଛନ୍ତି । ଏଠାରେ
୩୪ଗୋଟି ଦେୟମୁକ୍ତ ଷ୍ଟଲ ରହିଛି ।

ଏହାମଧ୍ୟ ପଢନ୍ତୁ..ନଭେମ୍ବର 14ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବ ଓଡ଼ିଶା

ଏହି ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ୧୭ ଅକ୍ଟୋବରରେ ଆରମ୍ଭ ହୋଇଥିବା ବେଳେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଠାରେ ଚଳିତବର୍ଷ ଅକ୍ଟୋବର-୨୩ ସୁଦ୍ଧା ରାଜ୍ୟର ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ଯଥାକ୍ରମେ ୨୭୮.୬୫ ଲକ୍ଷ ଓ ୧୨୫.୨୯ ଲକ୍ଷ ଅର୍ଥାତ୍ ମୋଟ ୪୦୩.୯୪ ଲକ୍ଷ ଟଙ୍କାର ବ୍ୟବସାୟ କରିପାରିଛନ୍ତି । ଏହି ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୨ ଲକ୍ଷ ଲୋକ ଆଗମନ କରିଛନ୍ତି । ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟର ୧୦% ସରକାରୀ ରିହାତିରେ କିଣିପାରିବେ ।

ସେପଟେ ଏହି ଅବସରରେ ବରଗଡ଼ ଜିଲ୍ଲାର ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ୱିତ କୁମାର ଆଚାର୍ଯ୍ୟ, ବୟନଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦେବଜୀତ ନନ୍ଦି ଓ ସମ୍ବଲପୁରୀ ବସ୍ତ୍ରାଳୟର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2023, 10:46 AM IST

ABOUT THE AUTHOR

...view details