ଓଡିଶା

odisha

ETV Bharat / state

ରାଜନୀତି ଗୋଟିଏ ଦିନ ବା ନିଷ୍ପତ୍ତିରେ ସରେନାହିଁ: ସୌମ୍ୟ - ସୌମ୍ୟଙ୍କୁ ଉପସଭାପତି ପଦରୁ ବରଖାସ୍ତ କଲା ବିଜେଡି

ବହୁ ମାନସମନ୍ଥନ ପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ତେବେ ଉପସଭାପତି ପଦରୁ ବରଖାସ୍ତ ହେବା ନିର୍ଦ୍ଦେଶରେ ରହିଥିବା ଦଳର ସୁପ୍ରିମୋଙ୍କ ଦସ୍ତଖତ ଅସଲି ନା ନକଲି ସନ୍ଦେହ ହେଉଛି କହି ପୁଣିଥରେ ଟାର୍ଗେଟ କରିଛନ୍ତି ସୌମ୍ୟ । ଅଧିକ ପଢ଼ନ୍ତୁ

ରାଜନୀତି ଗୋଟିଏ ଦିନ ବା ନିଷ୍ପତ୍ତିରେ ସରେନାହିଁ
ରାଜନୀତି ଗୋଟିଏ ଦିନ ବା ନିଷ୍ପତ୍ତିରେ ସରେନାହିଁ

By ETV Bharat Odisha Team

Published : Sep 12, 2023, 7:09 PM IST

ରାଜନୀତି ଗୋଟିଏ ଦିନ ବା ନିଷ୍ପତ୍ତିରେ ସରେନାହିଁ

ଭୁବନେଶ୍ବର: ଦୀର୍ଘ ଦିନର ଛକାପଞ୍ଝା ପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ବାରମ୍ବାର ନିଜ ଖବର କାଗଜର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କୁ ଟାର୍ଗେଟ ପରେ ଆଜି ଦଳର ଉପସଭାପତି ପଦରୁ ସୌମ୍ୟଙ୍କୁ ଅନ୍ତର କରାଯାଇଛି । ସେପଟେ ଆକ୍ସନ୍‌ ପରେ ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟ । ଯାହା ନିଷ୍ପତ୍ତି ନିଆଯାଇଛି ତାହା ଦଳର ସଭାପତିଙ୍କ ଇଚ୍ଛାଧୀନ ବ୍ୟାପାର । ରାଜନୀତି ଗୋଟିଏ ଦିନ ଓ ଗୋଟିଏ ନିଷ୍ପତ୍ତିରେ ସରେନାହିଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ । ତେବେ ତାଙ୍କୁ ଉପସଭାପତି ପଦରୁ ବରଖାସ୍ତ କରାଯାଇଥିବା ବିଜ୍ଞପ୍ତିରେ ରହିଥିବା ଦଳର ସୁପ୍ରିମୋଙ୍କ ଦସ୍ତଖତ ଅସଲି ନା ନକଲି ସନ୍ଦେହ ହେଉଛି କହି ପୁଣିଥରେ ଟାର୍ଗେଟ କରିଛନ୍ତି ସୌମ୍ୟ ।

ବିଜେଡି ଉପସଭାପତି ପଦରୁ ବରଖାସ୍ତ ହେବାପରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, "ଯାହା ହୋଇଛି ତାହା ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର । କାହାକୁ ତାଙ୍କର ସହଯୋଗୀ କାର୍ଯ୍ୟକର୍ତ୍ତା ହିସାବରେ ନେବେ ବା ନେବେନାହିଁ ତାହା ସଭାପତିଙ୍କର ଇଚ୍ଛାଧୀନ ବ୍ୟାପାର । ସେ ଉପସଭାପତି ଭାବେ ନିଯୁକ୍ତି ଦେଇଥିଲେ । ବର୍ତ୍ତମାନ ସେ ନିଯୁକ୍ତିରୁ ଅନ୍ତର କରିଛନ୍ତି । ଏଥିରେ ବିଶେଷ କିଛି ଅସ୍ବାଭାବିକତା ନାହିଁ । ତେବେ ବ୍ୟକ୍ତିଗତ ଭାବେ ଦୁଇଟି କଥା କହିବାର ଅଛି । ଉପସଭାପତି ପଦ ମୁଁ ହରେଇଲି, ତାହା ଫଳରେ ମୁଁ କିଛି ହରେଇଛି ବୋଲି ଭାବୁନାହିଁ । କାରଣ ଉପସଭାପତି ପଦରେ ଥିବା ଲୋକ କଣ କରୁଥିଲେ ଯେ ମୁଁ ଆଉ ହରେଇଛି ବୋଲି କହିବି । ଅନେକ ଗୁଡିଏ ପଦ ପଦବୀରେ ଆମ ଦଳରେ ଅନେକ ଲୋକ ଅଛନ୍ତି । ହେଲେ ପ୍ରାୟ କିଛି କରନ୍ତି ନାହିଁ । ଏହି ପଦ ଗୁଡିକ ଆଳଂକାରିକ ପଦ । ତେଣୁ ଏହାକୁ ମୁଁ ହରେଇବା ହିସାବରେ ଗ୍ରହଣ କରୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ

ସୌମ୍ୟ ଆହୁରି ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ତାଙ୍କୁ ଉପସଭାପତି ପଦରୁ ବହିଷ୍କାର କରିବା ବିଜ୍ଞପ୍ତିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଅସଲି ନା ନକଲି, ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ସୌମ୍ୟ । ସେ କହିଛନ୍ତି, "ଗୋଟିଏ ଉଲ୍ଲେଖନୀୟ କଥା ହେଲା ମୋତେ ଅନ୍ତର କରିବା ନିର୍ଦ୍ଦେଶଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦସ୍ତଖତ ଅଛି । କିନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କ ଅସଲି ବା ନକଲି ଦସ୍ତଖତ ମୋର କାହିଁକି ଟିକେ ସନ୍ଦେହ ହେଉଛି । କାରଣ ସପ୍ତାହେ ପୂର୍ବରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଲାଗି ଦୁଇ ମିନିଟ ସମୟ ମାଗିଥିଲି । ସେ ସମୟ ତ ମୋତେ ମିଳିନାହିଁ । କିନ୍ତୁ ଆଜିର ଏ ପଦ ବରଖାସ୍ତ ନିର୍ଦ୍ଦେଶନାମା ମିଳିଛି । ତେଣୁ ମୋର ଟିକେ ସନ୍ଦେହ ହେଉଛି, ଏ ଦସ୍ତଖତ ହୁଏତ ଅସଲି କି ନକଲି ଜାଣିବା ସମ୍ଭବପର ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details