ଭୁବନେଶ୍ବର:ଧାମନଗର ମତଦାନ ପାଇଁ ଦିନ କମିକମି ଯାଉଥିବା ବେଳେ ଜମୁଛି ପ୍ରଚାର । କଂଗ୍ରେସର ଷ୍ଟାର ପ୍ରଚାରକମାନେ ଧାମନଗର ମୈଦାନକୁ ଓହ୍ଲାଇଛନ୍ତି । ବିଜେଡି, ବିଜେପି ପକ୍ଷରୁ ଜୋରଦାର ବାଇକରାଲି ସହ ରୋଡ ଶୋ ଜାରି ରହିଥିବା ବେଳେ କଂଗ୍ରେସ ମଧ୍ୟ ଧାମନଗରରେ ରୋଡ ଶୋ କରିବ । ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାକୁ କଂଗ୍ରେସ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛି ଶାସକ ବିଜେଡି । ତେବେ ବିରୋଧୀ ବିଜେପି ମଧ୍ୟ ୱାର୍ଡ ବାରି ପ୍ରଚାରକୁ ଅଧିକ କ୍ରିୟାଶୀଳ କରିଥିବା ବେଳେ କଂଗ୍ରେସ ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଏହା ମଧ୍ୟ ପଢନ୍ତୁ: Dhamnagar ByPoll: ଭୋଟିଂ ପାଇଁ କମୁଛି ଦିନ, ଜମୁଛି ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର
ଏନେଇ ପିସିସି ସଭାପତି କହିଛନ୍ତି, "ଆସନ୍ତା 27, 28 ଏବଂ 29 ତାରିଖରେ ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ। ସମସ୍ତ ବ୍ଲକ ଓ ପଞ୍ଚାୟତରେ ଲୋକମାନଙ୍କ ପାଖକୁ କଂଗ୍ରେସ ନେତାମାନେ ଯିବେ। ଷ୍ଟାର ପ୍ରଚାରକ ତାଲିକାରେ ଥିବା ନେତା ପ୍ରଚାରକୁ ଓଲ୍ଲାଇ ସାରିଲେଣି । ଗତକାଲି ବିଧାୟକ ସୁରେଶ ରାଉତରାୟ ଧାମନଗରରେ ପ୍ରଚାରକୁ ଯାଇଥିଲେ। ତାଙ୍କ ସହ ବହୁ ସାଧାରଣ ଜନତା ଯୋଡି ହୋଇଛନ୍ତି। ଏହାର ଅର୍ଥ ବିଜେଡି ଓ ବିଜେପି ପ୍ରତି ଲୋକମାନଙ୍କର ଜନ ଅସନ୍ତୋଷ ରହିଛି। ଆଜି ଆହୁରି ମଧ୍ୟ କଂଗ୍ରେସ ନେତାମାନେ ମଧ୍ୟ ଯାଇଛନ୍ତି । ପୂର୍ବ ନିର୍ବାଚନରେ ଆମେ 7 ହଜାର ଭୋଟ ପାଇଥିଲୁ । ତେଣୁ କଂଗ୍ରେସର ଲଢେଇ ବିଜେଡି ସାଙ୍ଗରେ ହେବ । ଆମେ ମଧ୍ୟ ଏକ ନମ୍ବର ପାଇଁ ହିଁ ଲଢେଇ କରୁଛୁ । ବିଜେପି ବିଜେଡି ଉଭୟ ମିଶିକି ଅଛନ୍ତି । ବର୍ତ୍ତମାନ ଓଡ଼ିଶାର ଜନସାଧାରଣ ଉଭୟ ସରକାର ଉପରେ ଅତିଷ୍ଠ ହୋଇ ସାରିଲେଣି ।"