ଓଡିଶା

odisha

ETV Bharat / state

ମହିଳାଙ୍କୁ ସ୍ବାବଲମ୍ୱୀ କରିବାକୁ ଅପରାଜିତାଙ୍କ ପ୍ରୟାସ: ଅଜିତା

ସ୍ବେଛାସେବୀ ଅନୁଷ୍ଠାନ ଅଜିତା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ । ଯୋଗଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Mar 8, 2020, 5:55 PM IST

AJITA
AJITA

ଖୋର୍ଦ୍ଧା: ମହିଳା ମାନଙ୍କୁ ସ୍ବାବଲମ୍ବୀ, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଯୋଗାଇ ଦେଲେହିଁ ରାଷ୍ଟ୍ରର ବିକାଶ ହୋଇପାରିବ । ଖାଲି ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଦେଲେ ମହିଳାଙ୍କ ବିକାଶ ହେବ ନାହିଁ । ମହିଳା ମାନଙ୍କୁ କର୍ମ ଓ ଉପାର୍ଜନକ୍ଷମ କରିବାକୁ ପଡିବ ବୋଲି ରବିବାର ବିଶ୍ବ ମହିଳା ଦିବସରେ ଏକ ବିଶାଳ ସମାବେଶରେ ଯୋଗଦେଇ କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଅଜିତା ପକ୍ଷରୁ ମହିଳା ଦିବସ ପାଳିତ; ଯୋଗଦେଲେ ଭୁବନଶ୍ବର ସାଂସଦ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମିନି ଷ୍ଟାଡିୟମରେ ଠାରେ ସ୍ବେଛାସେବୀ ଅନୁଷ୍ଠାନ ‘ଅଜିତା’ ପକ୍ଷରୁ ମହିଳା ମହାସମାବେଶରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବର୍ଷକୁ ଗୋଟିଏ ଦିନ ମହିଳାଙ୍କ ଦିନ ନୁହେଁ ବରଂ 365 ଦିନ ହେଉଛି ମହିଳାଙ୍କର ବୋଲି କହିଛନ୍ତି ସାଂସଦ । ପ୍ରତ୍ୟେକ ମହିଳା ନିଜର ଆତ୍ମବିଶ୍ବାସ ସହ ସ୍ବାଭିମାନ ସହ ବଞ୍ଚିବା ଆବଶ୍ୟକ ବୋଲି କହିଛନ୍ତି ଅପରାଜିତା । ଏହି ଅବସରରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ‘ଅଜିତା’ ଦ୍ବାରା ଭୁବନେଶ୍ବରର ଡୁମୁଡୁମା, ହଳଦୀ ପଡିଆ, ହଳଦିଆ, ଜଟଣୀ, ବାଲିପାଟଣା ଅଞ୍ଚଳରେ 20ଟି ଜୀବିକା ଉପାର୍ଜନ କେନ୍ଦ୍ର ସ୍ଥାପନ କରିଥିବା ସାଂସଦ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ନମ୍ରତା ଦାସ, ଅନୁ ଚୌଧୁରୀ, ମୌସୁମୀ ମହାପାତ୍ର, ପ୍ରକାଶ ବିଜୁଳିଙ୍କ ସମେତ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details