ଓଡିଶା

odisha

ETV Bharat / state

୨୦ ତାରିଖରୁ ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭ, ପ୍ରତିଦିନ ଯୋଗଦେବେ ୨ ହଜାର ଛାତ୍ରଛାତ୍ରୀ - ସ୍କିଲ୍ଡ ଇନ ଓଡ଼ିଶା

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ୨୦ ତାରିଖ ଦିନ ସକାଳେ ଏହି ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

୨୦ ତାରିଖରୁ ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭ
୨୦ ତାରିଖରୁ ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭ

By

Published : Apr 10, 2023, 9:48 PM IST

୨୦ ତାରିଖରୁ ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭ ୨୦୨୩ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଏହି କନକ୍ଲେଭ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲିବ ଏହି କନକ୍ଳେଭ । ୨୦ ତାରିଖ ଦିନ ସକାଳେ ଏହି ସ୍କିଲ୍ଡ ଇନ ଓଡ଼ିଶା କନକ୍ଳେଭକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି କନକ୍ଲେଭରେ ୭ଟି ସେସନ ରହିବ । ସ୍କିଲ୍ଡ ଇନ ଓଡିଶା ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ ନିଯୁକ୍ତି ପାଇଁ ଓଡ଼ିଶା ସରକାର 'ନୂତନ ବିଶ୍ବ ପାଇଁ ଦକ୍ଷତା ବିକାଶ' ଥିମ୍‌ ସହିତ ଏହି ସ୍କିଲ୍‌ କନକ୍ଳେଭକୁ ଆୟୋଜନ କରିବାକୁ ଯାଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପପତିଙ୍କ ସହ ପ୍ରତିଦିନ ଦୁଇ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେବେ । ରାଜ୍ୟର ଏହି ମହତ୍ବପୂର୍ଣ୍ଣ ଦୃଷ୍ଟିକୋଣ ଏବଂ ସମସ୍ତ ଅଧିକାରୀଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ 'ସ୍କିଲ୍ଡ ଇନ୍ ଓଡିଶା' ତାଲିମଦାତାଙ୍କୁ ୨୦୧୯ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଭାରତରୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ କରିଛି । 'ସ୍କିଲ୍ଡ ଇନ୍ ଓଡିଶା' ବ୍ରାଣ୍ଡକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର "ନୂତନ ବିଶ୍ବ ପାଇଁ ଦକ୍ଷତା ବିକାଶ' ଥିମ୍‌ ସହିତ ଚଳିତ ଏପ୍ରିଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଓଡିଶା ସ୍କିଲ୍ କନକ୍ଲେଭ 2023' ଆୟୋଜନ କରୁଛନ୍ତି । ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡ଼ିଶା ସ୍କିଲ୍‌ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ଚଳିତ ୨୦ ଏପ୍ରିଲରେ ଉଦ୍‌ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ସମନ୍ବିତ ସ୍କିଲ୍ ଇକୋସିଷ୍ଟମ୍ ଦକ୍ଷ ମାନବ ଶକ୍ତି ଇତ୍ୟାଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧିବେଶନମାନ ଅନୁଷ୍ଠିତ ହେବ । ୨୧ ତାରିଖ ଓ ୨୨ ତାରିଖରେ ସ୍ବତନ୍ତ୍ର ଅଧିବେଶନ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍ କ୍ୟାପିଟାଲ୍ ଭାବେ ଗଢି ତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ସହିତ ସେକ୍ଟର ସ୍କିଲ୍ କାଉନସିଲର ଭୂମିକା ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ତଥା ଜାତୀୟସ୍ତରୀୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଳ୍ପ ଏକାଡେମୀ, ସରକାରୀ କ୍ଷେତ୍ରର ୧ ହଜାରରୁ ଊର୍ଦ୍ଧ୍ବ ପ୍ରତିନିଧି ମଧ୍ୟ ସାମିଲ ହେବେ । ତେବେ ଦୈନିକ ୨ରୁ ୩ ହଜାର ଛାତ୍ରଛାତ୍ରୀ ଓ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସ୍କିଲ୍‌ କନକ୍ଳେଭରେ ରାଜ୍ୟର ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଏମଓୟୁ ସ୍ଵାକ୍ଷର ହେବ । ଏହି ଇଭେଣ୍ଟକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଯେପରିକି ଭୁବନେଶ୍ବରର ଜନପଥରେ ନୂତନ 'ପଥପ୍ରାନ୍ତ ଉତ୍ସବ' ଆୟୋଜନ କରାଯାଉଛି । ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ ୨୦ ଏବଂ ୨୧ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ପ୍ରକାଶ ଥାଉ କି, ନୂଆଦିଲ୍ଲୀରେ ଗତ ୬ ଏପ୍ରିଲରେ କନକ୍ଲେଭ ପାଇଁ ଏକ କର୍ଟେନ ରେଜର ଆୟୋଜିତ ହୋଇଥିଲା । ରାଜ୍ୟରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ୧୧ ଏପ୍ରିଲରେ ଭୁବନେଶ୍ବରରେ ମଧ୍ୟ ଆଉ ଏକ କର୍ଟନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details