ଓଡିଶା

odisha

ETV Bharat / state

ସୁଦାନରୁ ଜନ୍ମମାଟିକୁ ଫେରିଲେ ୬ ଓଡ଼ିଆ, ବଖାଣିଲେ ଲୋମଟାଙ୍କୁରା କାହାଣୀ - ସୁଦାନ ସ୍ଥିତି

ସୁଦାନର ଅଶାନ୍ତ ସ୍ଥିତି ଭିତରେ ଜନ୍ମମାଟିକୁ ଫେରିଲେ ୬ ଓଡ଼ିଆ । ଓଡିଶା ମାଟିରେ ପାଦଦେଇ ନୂଆ ଜୀବନ ପାଇଥିବା କହିଛନ୍ତି ସୁଦାନରୁ ଫେରିଥିବା ଓଡ଼ିଆ । ଅଧିକ ପଢନ୍ତୁ

ସୁଦାନରୁ ଜନ୍ମମାଟିକୁ ଫେରିଲେ ୬ ଓଡ଼ିଆ
ସୁଦାନରୁ ଜନ୍ମମାଟିକୁ ଫେରିଲେ ୬ ଓଡ଼ିଆ

By

Published : Apr 28, 2023, 12:11 PM IST

Updated : Apr 28, 2023, 1:35 PM IST

ସୁଦାନରୁ ଜନ୍ମମାଟିକୁ ଫେରିଲେ ୬ ଓଡ଼ିଆ

ଭୁବନେଶ୍ବର:ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ଭିତରେ ଅପରେସନ କାବେରୀ ଦ୍ବାରା ଦେଶବାସୀଙ୍କୁ ସ୍ବଦେଶ ଫେରାଇ ଅଣାଯାଉଛି । ଆଜି ସୁଦାନରୁ ୬ଜଣ ଓଡିଆ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେମାନଙ୍କର ଘର ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ହୋଇଥିବା ସୂଚନା ରହିଛି । ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଯନ୍ତ୍ରଣାପୂର୍ଣ୍ଣ କାହାଣୀ ବଖାଣିଛନ୍ତି ।
ଓଡିଶା ମାଟିରେ ପାଦଦେଇ ନୂଆ ଜୀବନ ପାଇଥିବା କହିଛନ୍ତି ସୁଦାନରୁ ଫେରିଥିବା ଓଡ଼ିଆ ।

ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ଭିତରେ ନିଜ ଘରକୁ ଫେରିଛନ୍ତି ୬ ଜଣ ଓଡ଼ିଆ । ଅପରେସନ କାବେରୀ ଜରିଆରେ ସେମାନଙ୍କୁ ସୁଦାନରୁ ଭାରତକୁ ଅଣାଯାଇଥିବା ବେଳେ ବଖାଣିଛନ୍ତି ମୃତ୍ୟୁ ମୁଖରୁ ବଞ୍ଚିବାର ଚିତ୍ର । ଦୀର୍ଘ ୮ ଘଣ୍ଟା ଧରି ରହିଥିଲେ ଗନ ପଏଣ୍ଟରେ । ବାଲେଶ୍ଵର ସୋରୋ ଅଞ୍ଚଳର ଶିବ ପ୍ରସାଦ ଜେନା ସୁଦାନର ଏକ ଆରତୀ ଷ୍ଟିଲ ନାମକ ଏକ ପ୍ଲାଣ୍ଟରେ କାମ କରୁଥିଲେ ।

ସେ କହିଛନ୍ତି, "ଆମକୁ ୮ ଘଣ୍ଟା ଧରି ଗନ ପଏଣ୍ଟରେ ରଖିଥିଲେ । ଏହାସହ କେତେବେଳେ ମୋବାଇଲ ଦିଅ, ପଇସା ଦିଅ କହି ଆମକୁ ଧମକାଉଥିଲେ । ମୋବାଇଲ ଆଉ ୩୦୦ ଡ଼ଲାର ଲୁଟି ନେଇଥିଲେ । ସୁଦାନରେ ହିଂସା ଲାଗି ରହିଥିବା ବେଳେ ସେଠାରେ ରହୁଥିବା ଓଡ଼ିଆମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଦିନକୁ ଗୋଟିଏ ଓଳି ଖାଇବା ମୁସ୍କିଲ ହୋଇପଡ଼ିଥିଲା । ଯାହା ଟଙ୍କା ଓ ଖାଇବା ସାମଗ୍ରୀ ଥିଲା ସବୁ ଆକ୍ରମଣକାରୀ ନେଇଗଲେ । ତେବେ ଅପରେସନ କାବେରୀ ମାଧ୍ୟମରେ ଆମକୁ ଉଦ୍ଧାର ହୋଇ ଦିଲ୍ଲୀ ଆସିବା ପରେ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ମାଗଣାରେ ଅଣାଯାଇଛି । ତେବେ ଭୁବନେଶ୍ୱର ପହଞ୍ଚିବା ପରେ ନୂଆ ଜୀବନ ପାଇଲା ଭଳି ଲାଗୁଛି । ଜନ୍ମମାଟିରେ ପହଞ୍ଚିବା ପରେ ଆମ ଭିତରେ ବଳ ଆସିଯାଇଛି । ଭାରତ ମାତା କି ଜୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆମେ କୃତଜ୍ଞତା ଜଣାଉଛୁ ।"

ପ୍ରକାଶଥାଉକି, ସୁଦାନରେ ୭୨ ଘଣ୍ଟା ଯୁଦ୍ଧ ବିରତି ପରେ ମଧ୍ୟ ଖାର୍ତୁମ ସମେତ ବିଭିନ୍ନ ସ୍ଥାନରେ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏପ୍ରିଲ ୧୫ରୁ ଏହି ହିଂସା ଆରମ୍ଭ ହୋଇଥିଲା । ହିଂସା ଯୋଗୁଁ ଇତି ମଧ୍ୟରେ ୪୫୦ରୁ ଅଧିକ ପ୍ରାଣ ଯାଇଥିବା ବେଳେ ହଜାରରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଏହାରି ଭିତରେ ଭାରତୀୟମାନେ ଫସି ରହିଥିବା ବେଳେ ସରକାରଙ୍କ ଚିନ୍ତା ବଢିଥିଲା । ଭାରତ ମଧ୍ୟ ସେଠାରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିବା ସହ ଅପରେସନ କାବେରୀ ଆରମ୍ଭ କରିଥିଲା । ଏହି ଅପରେସନ ଜରିଆରେ ଏବେ ସୁଦ୍ଧା ୨୦୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଗଲାଣି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 28, 2023, 1:35 PM IST

ABOUT THE AUTHOR

...view details