ଭୁବନେଶ୍ବର: ନୂତନ ମୋଟରଯାନ ଆଇନକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ । ଶନିବାର ଏହି ଆଇନକୁ ନେଇ ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିବାବେଳେ ଆଗାମୀ ଓଡିଶା ଅନୁଷ୍ଠାନ ପକ୍ଷରୁ ନୀରବ ଶେଭାଯାତ୍ରା କରାଯାଇଛି।
ଟ୍ରାଫିକ ଫାଇନକୁ ନେଇ ଆଗାମୀ ଓଡିଶା ପକ୍ଷରୁ ନୀରବ ଶେଭାଯାତ୍ରା - ନୂତନ ମୋଟରଯାନ ଆଇନ
ନୂତନ ମୋଟରଯାନ ଆଇନକୁ ବିରୋଧ କରି ଆଜି ରାଜଧାନୀରେ 2ଟି ଭିନ୍ନ ରୂପ ଦେଖିବାକୁ ମିଳିଛି । ଜରିମାନାକୁ ନେଇ ରାଜମହଲ ଛକରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ରାମମନ୍ଦିର ନିକଟରେ ଏକ ଅନୁଷ୍ଠାନ ପକ୍ଷରୁ ନୀରବ ଶେଭାଯାତ୍ରା କରାଯାଇଛି।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ରାମ ମନ୍ଦିର ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ଚାଲି ଚାଲି ଧାରଣା ଦିଆଯାଇଛି । ସରକାରଙ୍କ ନିୟମ ସ୍ବାଗତଯୋଗ୍ୟ କିନ୍ତୁ ଏହି ନିୟମରେ ସୁଧାର ଆଣିବା ଦରକାର ବୋଲି ସଙ୍ଘ ପ୍ରକାଶ କରିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ