ଓଡିଶା

odisha

ETV Bharat / state

ବାପାଙ୍କ ପରିଚୟ ନୁହେଁ ମୋ ନିଜ ପରିଚୟ ନିଜେ ଲଢିବି: ସିଦ୍ଧାର୍ଥ ରାଉତରାୟ - ସିଦ୍ଧାର୍ଥ ରାଉତରାୟ

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସିଦ୍ଧାର୍ଥ ରାଉତରାୟ । ପାଣ୍ଡିଆନଙ୍କ ସାହସ ଅଛି ତାହେଲେ ନିମାପଡ଼ାରୁ ଲଢନ୍ତୁ ବୋଲି ଚାଲେଞ୍ଜ କଲେ । ଅଧିକ ପଢନ୍ତୁ

ବାପାଙ୍କ ପରିଚୟ ନୁହେଁ ମୋ ନିଜ ପରିଚୟ ନିଜେ ଲଢିବି: ସିଦ୍ଧାର୍ଥ ରାଉତରାୟ
ବାପାଙ୍କ ପରିଚୟ ନୁହେଁ ମୋ ନିଜ ପରିଚୟ ନିଜେ ଲଢିବି: ସିଦ୍ଧାର୍ଥ ରାଉତରାୟ

By ETV Bharat Odisha Team

Published : Oct 26, 2023, 8:46 AM IST

ବାପାଙ୍କ ପରିଚୟ ନୁହେଁ ମୋ ନିଜ ପରିଚୟ ନିଜେ ଲଢିବି: ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର: ସମୟ ଯେତିକି ଗଡୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଏହା ଭିତରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଦୁଇ ପୁଅ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଉଭୟେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କିଏ କେଉଁଠାରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ସୁର ରାଉତରାୟ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡା ଲଢିବା ପାଇଁ ଇଚ୍ଛୁକ ଥିବା ସୂଚନା ଦେଇଛନ୍ତି । ଏହା ସହ ସେ ନିମାପଡାରୁ ଲଢିବା ପାଇଁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଖୁଲାମ ଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି । ସୁର ରାଉତରାୟ ପୁଅ ନୁହେଁ, ଲୋକେ ଜାଣନ୍ତୁ ସିଦ୍ଧାର୍ଥ ରାଉତରାୟ କିଏ ? କାହିଁକି ଆମେରିକାରୁ ଏତେ ବଡ଼ ଚାକିରି ଛାଡି ଆସିଲା । ନିମାପଡା ବାସୀ ପ୍ରଥମେ ଜାଣନ୍ତୁ । ଏମିତି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ।

ସୂଚନାଯୋଗ୍ୟ ସିଦ୍ଧାର୍ଥ ରାଉତରାୟ ଏଥର ନିମାପଡା ବିଧାନସଭା ଆସନରୁ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି । ତେଣୁ ସେ ବାପାଙ୍କ ପରିଚୟ ନୁହେଁ ବରଂ ନିଜ ପରିଚୟ ନେଇ ରାଜନୀତି କରିବାକୁ ଚାହାନ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି," ସେଥିପାଇଁ ଲୋକଙ୍କ ସହ ମିଶିବାକୁ ସାଇକେଲରେ 30 ପଞ୍ଚାୟତ ବୁଲି ସାରିଛି । ନିମାପଡ଼ାରେ କୌଣସି କିଛି ବିକାଶ କାର୍ଯ୍ୟ ହୋଇନାହିଁ ବୋଲି ଫିଡ଼ବ୍ୟାକ ମିଳିଛି । କୃଷି କ୍ଷେତ୍ରରେ ଅବହେଳିତ, ଅତ୍ୟାଧୁନିକ ଶୈଳୀରେ ଚାଷ କାର୍ଯ୍ୟ ହେଉନାହିଁ । ଚାଷୀମାନେ ସବୁଠାରୁ ଅବହେଳିତ । ଚାଷୀର ବର୍ଷିକ ଆୟ 5 ହଜାର । ତେଣୁ ମୁଁ ନିଷ୍ପତ୍ତି ନେଇଛି ନିମାପଡାରୁ ଲଢ଼ିବି । ମାସେ ଭିତରେ ସାଇକେଲରେ ବୁଲି ନିମାପଡା ବାସୀଙ୍କୁ ଜଣେଇବି ମୁଁ କିଏ । ନିମାପଡାର ନିରୀହ ଲୋକମାନଙ୍କ ଆଉ ଟଙ୍କିକିଆ ଚାଉଳ ଦେଇ ଠକି ପାରିବେନି ସରକାର । 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଯଦି ସାହସ ଅଛି ତାହେଲେ ନିମାପଡ଼ାରୁ ଲଢନ୍ତୁ ଏବଂ ସେ ଆସନ୍ତୁ ହେଲିକପ୍ଟରରେ ନୁହେଁ ବରଂ ସାଇକେଲରେ ଲୋକଙ୍କ ସେବା କରିବେ ।" ଏଭଳି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସିଦ୍ଧାର୍ଥ ।


ଏହା ମଧ୍ୟ ପଢନ୍ତୁ...VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି


ସିଦ୍ଧାର୍ଥ ରାଉତରାୟ ଆମେରିକାରେ ଏକ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ଆଇରନ ମ୍ୟାନ ଭାବେ ଜଣାଶୁଣା । ପୃଥିବୀର ପ୍ରାୟ 6ଟି ବିଶାଳ ଶୃଙ୍ଗ ଚଢି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।କିଛି ଦିନ ପୂର୍ବରୁ ସୁରଙ୍କ ପରିବାରରେ ଦୁଇ ପୁଅଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ହୋଇ ଆସୁଥିଲା। ବଡ଼ ପୁଅ ସିଦ୍ଧାର୍ଥ ଏବଂ ସାନ ପୁଅ ମନ୍ମଥ ଦୁହେଁ ରାଜନୀତି କରିବେ। ମନ୍ମଥ ଜଟଣୀରୁ କଂଗ୍ରେସ ବ୍ୟାନରରେ ନିର୍ବାଚନ ଲଢ଼ିବେ ବୋଲି ସୁର ଘୋଷଣା କରି ସାରିଥିବା ବେଳେ ମନ୍ମଥ କିନ୍ତୁ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିଥିଲେ ଫଳରେ ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details