ଓଡିଶା

odisha

ETV Bharat / state

ଅର୍ଚ୍ଚନାଙ୍କ ମୋବାଇଲରୁ ତଥ୍ୟ ପାଇବାରେ ଅସଫଳ SFSL, ଏବେ ସାହା CFSL - SFSL ଉପରେ ଖପ୍ପା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଫୋନରୁ ତଥ୍ୟ ପାଇବାରେ ଅସଫଳ ରାଜ୍ୟ ଫରେନ୍ସିକ ଲ୍ୟାବ । ଏନେଇ ଲ୍ୟାବ ରିପୋର୍ଟ ଅସଫଳ ବୋଲି ଜିଲ୍ଲା ଦୌରାଜଜ କୋର୍ଟଙ୍କୁ ଜଣାଇଛି ଇଡି । ତେବେ SFSL ରିପୋର୍ଟକୁ ଭରସା ନକରି ଏହାକୁ କେନ୍ଦ୍ରୀୟ ଫରେନ୍ସିକ ସାଇଣ୍ଟିଫିକ ଲ୍ୟାବ (CFSL) ଜରିଆରେ ଯାଞ୍ଚ ପାଇଁ ଅନୁମତି ମାଗିଛି ଇଡି । ଅଧିକ ପଢ଼ନ୍ତୁ

ଅର୍ଚ୍ଚନାଙ୍କ ମୋବାଇଲରୁ ତଥ୍ୟ ପାଇଲାନି SFSL
ଅର୍ଚ୍ଚନାଙ୍କ ମୋବାଇଲରୁ ତଥ୍ୟ ପାଇଲାନି SFSL

By

Published : Jan 11, 2023, 8:55 PM IST

ଭୁବନେଶ୍ବର: ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ତିନୋଟି ମୋବାଇଲ ଯାଞ୍ଚରୁ କୌଣସି ତଥ୍ୟ କାଢି ପାରିଲାନି ରାଜ୍ୟ ଫରେନ୍ସିକ ଲ୍ୟାବ । ଏନେଇ SFSL ଉପରେ ଖପ୍ପା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲ୍ୟାବ ରିପୋର୍ଟ ଅସଫଳ ବୋଲି ଜିଲ୍ଲା ଦୌରାଜଜ କୋର୍ଟଙ୍କୁ ଜଣାଇଛି ଇଡି । ଷ୍ଟେଟ ଫରେନ୍ସିକ ଲ୍ୟାବ ରିପୋର୍ଟକୁ ଭରସା ନକରି ଏହାକୁ କେନ୍ଦ୍ରୀୟ ଫରେନ୍ସିକ ସାଇଣ୍ଟିଫିକ ଲ୍ୟାବ(CFSL) ଜରିଆରେ ଯାଞ୍ଚ ପାଇଁ ଇଡି ଅନୁମତି ମାଗିଛି ।

ଅର୍ଚ୍ଚନାଙ୍କ ମୋବାଇଲରୁ ତଥ୍ୟ ପାଇବାରେ ଅସଫଳ SFSL

ତେବେ ଯଦି କୋର୍ଟ ଅନୁମତି ଦିଅନ୍ତି, ତେବେ ଅର୍ଚ୍ଚନାଙ୍କ ମୋବାଇଲରୁ ତଥ୍ୟ କାଢିବ CFSL ଟିମ୍‌ । ଏନେଇ ଇଡି ଅର୍ଚ୍ଚନାଙ୍କ କେସ୍‌ରେ ଦାଖଲ କରିଥିବା ଚାର୍ଜସିଟକୁ ଗ୍ରହଣ କରିଛନ୍ତି କୋର୍ଟ । କୋର୍ଟରେ ଏହାର ବିଚାର ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ତେବେ ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ହୋଇପାରେ ସମନ୍‌ । ଏନେଇ କୋର୍ଟଙ୍କ ରାୟ ଆସିବା ପରେ ସ୍ପଷ୍ଟ ହେବ‌ । ଅର୍ଚ୍ଚନାଙ୍କ ନାଁରେ ଗତ ୯ ତାରିଖରେ ଇଡି ଦାଖଲ କରିଥିଲା ଚାର୍ଜସିଟ୍ । ଏହି ଚାର୍ଜସିଟରେ ୧୫ ଜଣଙ୍କୁ ସାକ୍ଷୀ ଓ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ତେବେ ପୂର୍ବରୁ ଖଗେଶ୍ବର ପାତ୍ରଙ୍କୁ ଇଡି ଗିରଫ କରିଥିବାବେଳେ ପରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହୋଇଥିବାରୁ ପରେ ସେମାନଙ୍କୁ କୋର୍ଟରେ ଅଭିଯୁକ୍ତ ଦର୍ଶାଇଥିଲା ଇଡି ।

କୋର୍ଟରେ ଇଡି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ କିଭଳି ଅର୍ଚ୍ଚନା ନିଜ ସାମ୍ରାଜ୍ୟ ତିଆରି କରିଥିଲେ ତାହା ସ୍ପଷ୍ଟ ଭାବେ ଲେଖା ହୋଇଛି । ଏହି ଚାର୍ଜସିଟ୍‌ ଅନୁସାରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ପ୍ରଥମ ଶିକାର ପ୍ରଯୋଜକ ପ୍ରମୋଦ ସ୍ବାଇଁ ହୋଇଥିଲେ । ପରେପରେ ଅକ୍ଷୟ ପରିଜା ଓ ଅନ୍ୟ ଲୋକଙ୍କୁ ମଧ୍ୟ ଶିକାର କରିଥିଲେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ । ଏଭଳି କରି ହନିଟ୍ରାପ୍‌ର ଜାଲରେ ସମ୍ପତ୍ତିର‌ ପାହାଡ଼ ଠିଆ କରିଥିଲେ ଅର୍ଚ୍ଚନା । ଇଡି ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ ଦୁଇଟି ଦାମି କାର୍‌ ସମେତ ସତ୍ୟବିହାର ଅଞ୍ଚଳରେ ଥିବା ଆଲିସାନ ଘରକୁ ମଧ୍ୟ ଆଟାଚ୍‌ କରିଛି । ଏନେଇ ୧୩ ତାରିଖରେ ଏହାର ଶୁଣାଣି ହେବ । ତେବେ ସେଠାରେ ଚାହିଁଲେ ଏହି ଚାର୍ଜସିଟକୁ ଚ୍ୟାଲେଞ୍ଜ କରିପାରିବେ ଅର୍ଚ୍ଚନା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details