ଓଡିଶା

odisha

ETV Bharat / state

ଖୋର୍ଦ୍ଧାରୁ ୩୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ - ଖୋର୍ଦ୍ଧାରୁ ବିଦେଶୀ ପକ୍ଷୀ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥ ରତାମାଟି ଅଞ୍ଚଳରୁ ବହୁସଂଖ୍ୟକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ । ଅଧିକ ପଢନ୍ତୁ

ଖୋର୍ଦ୍ଧାରୁ ୩୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ
ଖୋର୍ଦ୍ଧାରୁ ୩୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ

By

Published : Dec 25, 2021, 12:53 PM IST

Updated : Dec 25, 2021, 2:54 PM IST

ଖୋର୍ଦ୍ଧା: ଶୀତ ଋତୁ ଆସିଲେ ମାଇଲ ମାଇଲ ଦୂର ଅତିକ୍ରମ କରି ଚିଲିକାକୁ ଛୁଟିଥାନ୍ତି ଲକ୍ଷଲକ୍ଷ ବିଦେଶୀ ପକ୍ଷୀ । ଏବେ ମଧ୍ୟ ନୀଳାମ୍ଭୁ ଚିକିକାରେ ବିଦେଶୀ ଅତିଥିଙ୍କ ଆଗମନ ଜାରି ରହିଛି । ଯାହାଫଳରେ ଅଞ୍ଚଳରେ ବେଶ୍ ସକ୍ରିୟ ହୋଇଛନ୍ତି ପକ୍ଷୀ ଶିକାରୀ । ଶିକାରୀମାନେ ବିଦେଶାଗତ ପକ୍ଷୀ ଶିକାର କରୁଥିବା ନେଇ ଏବେ ଏକ ଘଟଣା ସାମ୍ନାକୁ ଆସିଛି । ଆଜି ଭୋର ସମୟରେ ୧୬ନଂ ଜାତୀୟ ରାଜପଥ ରତାମାଟି ଗାଁ ପାଖ ମ୍ୟାଗନିୟମ ସି ଫୁଡ ନିକଟରୁ ୩୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ କରିଛ ବନ ବିଭାଗ । ପକ୍ଷୀଗୁଡିକ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି ।

ଖୋର୍ଦ୍ଧାରୁ ୩୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ

ସୂଚନାଯୋଗ୍ୟ, ଶୁକ୍ରବାର ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ପକ୍ଷରୁ ଟାଙ୍ଗୀ ଅଞ୍ଚଳର ବିଭିନ୍ନ ଢାବାରେ ଚଢାଉ କରାଯାଇଥିଲା । ଆଜି ଭୋର ସମୟରେ ୧୬ନଂ ଜାତୀୟ ରାଜପଥ ରତାମାଟି ଗାଁ ନିକଟ ମ୍ୟାଗନିୟମ ସି ଫୁଡ ନିକଟରେ ୩୦ରୁ ଊର୍ଦ୍ଧ୍ବ ବିଦେଶୀ ପକ୍ଷୀଙ୍କ ମୃତଦେହ ପଡିଥିବା ସୂଚନା ମିଳିଥିଲା । ଖବର ପାଇ ଟାଙ୍ଗୀ ବନାଞ୍ଚଳ ରେଞ୍ଜର ଚୂଡାମଣୀ ମୂର୍ମୁ ମୃତ ପକ୍ଷୀଗୁଡିକୁ ଜବତ କରିଛନ୍ତି । ଶିକାରୀ ପକ୍ଷୀଗୁଡିକୁ ଫୋପାଡି ଦେଇ ଫେରାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି ।

ଶିକାରୀମାନେ କଇଁଫୁଲ ନାଡ଼ରେ ବିଷ ଦେଇ ଓ ବନ୍ଧୁକ ମୁନରେ ପକ୍ଷୀ ଶୀକାର କରି ରାଜ୍ୟର ବିଭିନ୍ନ ସ୍ଥାନକୁ ମାଂସ ଚାଲାଣ କରିଥାନ୍ତି । କିଛି ପକ୍ଷୀ ମାଂସକୁ ସେମାନେ କିଲୋପ୍ରତି ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ମଧ୍ୟ ବିକ୍ରି କରିଥାନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 25, 2021, 2:54 PM IST

ABOUT THE AUTHOR

...view details