ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ସିରିଜ ଦୁର୍ଘଟଣା: ଦୁଇ ମୃତ

ରାମେଶ୍ବର ଛକ ନିକଟ ପାଇକରାୟ ପେଟ୍ରୋଲ ପମ୍ପ ସମ୍ମୁଖରେ ସିରିଜ ଦୁର୍ଘଟଣାରେ 2 ମୃତ । ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି 2ଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

By

Published : Mar 29, 2020, 2:13 PM IST

series accident at rameshwar chowk, 2 death
ସିରିଜ ଦୁର୍ଘଟଣାରେ ଦୁଇ ମୃତ

ଖୋର୍ଦ୍ଧା: ରାମେଶ୍ବର ଛକ ନିକଟ ପାଇକରାୟ ପେଟ୍ରୋଲ ପମ୍ପ ସମ୍ମୁଖରେ ସିରିଜ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ କାରର ଆଗ ଚକ ଫାଟି ଯିବାରୁ କାର୍‌ଟି ଭାରସାମ୍ୟ ହରାଇ ଏକ ବାଇକ୍‌କୁ ଧକ୍କା ଦେଇ ଆଗରେ ଯାଉଥିବା ଅନ୍ୟଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।

ଫଳରେ କାର ଚାଳକ ଏବଂ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି 2ଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏ ଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details