ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ବିଜେଡିର ପୃଥକ ପଦଯାତ୍ରା, ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା !

ଖୋର୍ଦ୍ଧା ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ଦଳ ମଧ୍ୟରେ ସେତିକି କନ୍ଦଳ ବଢୁଛି । ଅଧିକ ପଢ଼ନ୍ତୁ

By

Published : Nov 2, 2022, 11:01 PM IST

separate BJD padayatras held in Khordha inter disturbance rumours arise
ଖୋର୍ଦ୍ଧାରେ ବିଜେଡିର ପୃଥକ ପଦଯାତ୍ରା, ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା

ଖୋର୍ଦ୍ଧା: ଜିଲ୍ଲା ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ଦଳ ମଧ୍ୟରେ ସେତିକି କନ୍ଦଳ ବଢୁଛି । ଏହାକୁ ନେଇ ବେଗୁନିଆରେ ଚର୍ଚ୍ଚା ଜୋର ଧରିଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଜନସଂପର୍କ ପଦଯାତ୍ରା । କିନ୍ତୁ ବେଗୁନିଆରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବେଗୁନିଆ ବିଧାୟକ ଦଳୀୟ ସଙ୍ଗଠନ ସହ ସମ୍ପର୍କ ତୁଟାଉଥିବା ଆଲୋଚନା ହେଉଛି ।

ଖୋର୍ଦ୍ଧାରେ ବିଜେଡିର ପୃଥକ ପଦଯାତ୍ରା, ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା

ଏକ ମାସ ହେଲା ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ବେଗୁନିଆ ସଦର ମହକୁମାରେ ପଦଯାତ୍ରା କରୁନଥିବା ବେଳେ ଦଳୀୟ ଛାମୁଆ ସଙ୍ଗଠନକୁ ମଧ୍ୟ ସାମିଲ କରୁ ନାଁହାନ୍ତି ବୋଲି ଅଭିଯୋଗ ହୋଇଛି । ଫଳରେ ବିଜୁ ଛାତ୍ର ଜନତା ଦଳ, ଯୁବ ବିଜୁ ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି (ବୁଧବାର) ବେଗୁନିଆ ସଦର ମହକୁମାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବେଗୁନିଆ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାର ସିଂହଙ୍କ ନେତୃତ୍ବରେ ପୋଷ୍ଟଅଫିସ ଛକଠାରୁ ପଦଯାତ୍ରା ବାହାରି ବ୍ୟାଙ୍କ ଛକ, ଥାନା ଛକ, ବ୍ଲକ ଛକ ଦେଇ ବିଜୁ ପଟ୍ଟନାୟକ ପାର୍କ ଠାରେ ପହଁଚିଥିଲେ । ଏହି ପଦଯାତ୍ରାରେ ସରକାରଙ୍କ ଜନହିତକର ଯୋଜନା ଲୋକଙ୍କୁ ଅବଗତ କରାଯାଇଛି ।

ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ବିଜୁବାବୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କର୍ମକର୍ତ୍ତା । ଏହାପରେ ଉପସ୍ଥିତି ନେତାଏ ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ଭାଷଣ ଦେଇଥିଲେ । ଏହି ପଦଯାତ୍ରାରେ ବେଗୁନିଆ ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ବିଶ୍ୱଜିତ ଭୁଜବଳ, ଯୁବ ବିଜେଡ଼ି ସଭାପତି ବିଭୂତି ଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସାରାବ୍ଲକ ଅଞ୍ଚଳରୁ ୩ଶହରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଯୋଗଦେଇଥିଲେ । ଏପଟେ ବେଗୁନିଆର କୁଞ୍ଜୁରୀ ପଂଚାୟତ ଅନ୍ତର୍ଗତ ଡାଳତୋଳା ବଜାରରେ ପଦଯାତ୍ରା କରାଯାଇଥିଲା । ତେବେ ଗୋଟିଏ ବ୍ଲକରେ ଦୁଇ ଦୁଇଟି ଗୋଷ୍ଠୀ ପକ୍ଷରୁ କରାଯାଉଥିବା ପଦଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ABOUT THE AUTHOR

...view details