ଓଡିଶା

odisha

ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ, ତୀର୍ଥଯାତ୍ରାରେ ବାହାରିଲେ ୯୮୨ଜଣ ବରିଷ୍ଠ ନାଗରିକ

By

Published : Jan 27, 2023, 4:54 PM IST

ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଭୁବନେଶ୍ବର ରେଳ ଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ତୀର୍ଥଯାତ୍ରୀ । ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

senior citizen pilgrimage
senior citizen pilgrimage

senior citizen pilgrimage

ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ଆଧ୍ୟାତ୍ମକ ଯାତ୍ରାର ଦିବ୍ୟ ଅନୁଭବ। ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର। ଆଜି ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ତୀର୍ଥଯାତ୍ରାରେ ବାହାରିଛନ୍ତି ୯୮୨ ଜଣ । ଭୁବନେଶ୍ବର ରେଳ ଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ତୀର୍ଥଯାତ୍ରୀ। ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ତୀର୍ଥଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ୭ ଜିଲ୍ଲାର ୯୮୨ ବରିଷ୍ଠ ନାଗରିକ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକ କିଟ୍ ଯୋଗାଇ ଦିଆଯାଇଛି । ଆବଶ୍ୟକ ସୁବିଧା ସହ ଗାଇଡ୍ ବନ୍ଦୋବସ୍ତ କରାଯାଇଛି। ତେବେ ପୁରୀରୁ ୧୪୬ ଜଣ, ଖୋର୍ଦ୍ଧା ୨୪୦, କଟକ ୨୨୨, ଜଗତସିଂହପର ୯୭, ଢେଙ୍କାନାଳ ରୁ ୧୦୨, କେନ୍ଦ୍ରାପଡ଼ା ରୁ ୬୩, ନୟାଗଡ଼ ରୁ ୮୩ ମୋଟ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମିଶି ମୋଟ ୯୮୨ ଜଣ ହୋଇଛନ୍ତି । ଏହି ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ ଉତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଟ୍ରେନଟି ଅପରାହ୍ନ 12ଟା 45ରେ ଭୁବନେଶ୍ବର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା । ଅନ୍ୟପଟେ ଏହି ଉତ୍ସବରେ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କ ସମେତ ପର୍ଯ୍ୟଟନ ବିଭାଗ ଶାସନ ସଚିବ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ଦିତୀୟ ଥର ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା । କୋଭିଡ଼ ମହାମାରୀ ପୂର୍ବରୁ ୨୦୧୯ ରେ ଆରମ୍ଭ ହୋଇଥିଲା ତୀର୍ଥଯାତ୍ରା ଯୋଜନା। ତେବେ ଏହି ଯୋଜନା ରେ ପାଖାପାଖି 1000 ଜଣ ଯାତ୍ରୀଙ୍କୁ ନେଇ ରାଜଧାନୀ ରେଳ ଷ୍ଟେସନ୍‌ରୁ ଆରମ୍ଭ ହୋଇଥିଲା 6 ଦିନିଆ ତୀର୍ଥଯାତ୍ରା। ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାର ବରିଷ୍ଠ ନାଗରିକମାନେ ସାମିଲ ହୋଇଥିଲେ।

ତେବେ ଏ ନେଇ IRCTC ମ୍ୟାନେଜର କ୍ରାନ୍ତି ସାବର୍ କର କହିଛନ୍ତି , ଏହି କାର୍ଯ୍ୟକ୍ରମରେ ଆଜି ଭୁବନେଶ୍ବରରୁ 970 ଜଣ ତୀର୍ଥଯାତ୍ରୀ ବାରଣାସୀ ଯିବେ । ଏଥିସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ତୀର୍ଥଯାତ୍ରୀମାନେ ତୀର୍ଥଯାତ୍ରା କରି 31 ତାରିଖରେ ଫେରିବେ। ଏଥିରେ ମୁଖ୍ୟତଃ ଆର୍ଥିକ ସ୍ଥିତି ଯେଉଁମାନଙ୍କର ଭଲ ନାହିଁ ସେହିମାନଙ୍କୁ ଏହି ତୀର୍ଥଯାତ୍ରାରେ ଅନ୍ତର୍ଭୁକ୍ତ କରାଯାଇଛି। ବିଶେଷ କରି 60 ବର୍ଷ ରୁ 75ବର୍ଷ ବୟସ ମଧ୍ୟରେ ଥିବା ଯାତ୍ରୀଙ୍କୁ ବାରଣାସୀ ପଠାଯାଉଛି। ଓଡିଶାର ବିଭିନ୍ନ ଜିଲ୍ଲାରୁ ଚୟନ କରି ସେମାନଙ୍କୁ ପଠାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details