ଭୁବନେଶ୍ବର : ରାଜଧାନୀ ରେ ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ । ଘର ବାହାରେ ବୃଦ୍ଧ ବେକରେ ବ୍ଲେଡ ମାରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଏପରି ଘଟଣା ଘଟିଛି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଡମଣା ଗାଁ ରେ । ସେହି ଗାଁର ୬୫ ବର୍ଷୀୟ ଶିବାନନ୍ଦ ବାରିକ ସକାଳ ଭୋର ପ୍ରାୟ ୬ଟା ସମୟରେ ନିଜ ଘରୁ ବାହାରି ଡମଣା ଛକରେ ଥିବା ଓମଫେଡ ଷ୍ଟଲ ଯାଉଥିଲେ । ସେହି ସମୟରେ ଘରର ଗ୍ରିଲ ଖୋଲି ବାହାରିବା ବେଳେ ପୁର୍ବରୁ ଛକିଥିବା ଲୁଟେରା ତାଙ୍କ ବେକକୁ ଏକ ବ୍ଲେଡ ଯୋଗେ ଆକ୍ରମଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ...ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ, ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ
ଏହି ଆକ୍ରମଣ ଫଳରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ବୃଦ୍ଧଙ୍କ ନିକଟ ରେ ଥିବା ୬ ହଜାର ଟଙ୍କାକୁ ନେଇ ଲୁଟେରା ଛୁ ମାରିଥିଲା । ପରେ ଆହତ ବୃଦ୍ଧଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ବର୍ତମାନ ସେ ସୁସ୍ଥ ଅଛନ୍ତି କିନ୍ତୁ ଏହି ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏ ନେଇ ଗାଁର ଶତାଧିକ ଲୋକ ଏକାଠି ହୋଇ ଏଭଳି ଘଟଣାକୁ କଡ଼ା ବିରୋଧ କରିଛନ୍ତି ।