ଓଡିଶା

odisha

ETV Bharat / state

ଓଡିଶା ନିର୍ବାଚନୀରେ ଧନୀ ରାଜନେତା: କମ୍ ଶିକ୍ଷା, ଅଧିକା ଅପରାଧ

ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାଏ ଦେଇ ଚାଲିଛନ୍ତି ବିଭିନ୍ନ ପ୍ରତିଶୃତି । ହେଲେ ଭୋଟ ଦେବା ଆଗରୁ ଭୋଟରମାନେ ଜାଣି ରଖନ୍ତୁ, କେତେ ରହିଛି ଆପଣଙ୍କ ନେତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ସେମାନଙ୍କ ନାମରେ ରହିଛି କେତେ ଅପରାଧୀକ ମାମଲା।

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ବର

By

Published : Apr 8, 2019, 4:54 AM IST

ଭୁବନେଶ୍ବର: ଆଉ ଦିନ କେଇଟା ପରେ ନିର୍ବାଚନ । ଆଉ ଏଥିପାଇଁ ପ୍ରାର୍ଥୀମାନଙ୍କର ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାଏ ଦେଇ ଚାଲିଛନ୍ତି ବିଭିନ୍ନ ପ୍ରତିଶୃତି । ହେଲେ ଭୋଟ ଦେବା ଆଗରୁ ଭୋଟରମାନେ ଜାଣି ରଖନ୍ତୁ, କେତେ ରହିଛି ଆପଣଙ୍କ ନେତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ସେମାନଙ୍କ ନାମରେ ରହିଛି କେତେ ଅପରାଧୀକ ମାମଲା।

ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ସହ ସତ୍ୟପାଠକୁ ଭିତ୍ତି କରି ଏହି ରିପୋର୍ଟ ଉପସ୍ଥାପନ କରାଯାଇଛି । ଲୋକସଭା ଆସନରେ 26 ଜଣ ପ୍ରାର୍ଥୀ ଫେଜ 1ରେ ରହିଛନ୍ତି। ଯେଉଁଥିରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁରର ୨୬ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଥିବା ବେଳେ ବିଜେପିର 4 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣଙ୍କ ନାମରେ ଏବଂ କଂଗ୍ରେସର 4 ଜଣଙ୍କ ମଧ୍ୟରୁ 3 ଜଣଙ୍କ ନାମରେ ମାମଲା ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସେହିପରି କୋଟି କୋଟି ଟଙ୍କା ରହିଥିବା 26 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବ୍ରହ୍ମପୁର କଂଗ୍ରେସର ଭି.ଚନ୍ଦ୍ରଶେଖର ନାଇଡୁଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି 36 କୋଟି ଟଙ୍କା ରହିଥିବା ବେଳେ ନବରଙ୍ଗପୁରର ବିଜେପି ପ୍ରାର୍ଥୀ ବଲଭଦ୍ର ମାଝିଙ୍କ ସମ୍ପତ୍ତି 8 କୋଟି ଟଙ୍କା ରହିଛି । କୋରାପୁଟର ବିଜେପି ନେତା ଜୟରାମ ପାଙ୍ଗିଙ୍କ ନାମରେ 4 କୋଟିର ସମ୍ପତ୍ତି ରହିଥିବା ବେଳେ 3 ଜଣଙ୍କ ସମ୍ପତ୍ତି 15 ହଜାର ଟଙ୍କାରୁ କମ୍ ରହିଛି ।

ତେବେ ପ୍ରାର୍ଥୀମାନଙ୍କର ଏଜୁକେସନକୁ ନେଇ ମଧ୍ୟ ଏକ ରିପୋର୍ଟ ଉପସ୍ଥାପନ ହୋଇଛି । ଯେଉଁଥିରେ 26 ଜଣଙ୍କ ମଧ୍ୟରୁ 2 ଜଣ ପୋଷ୍ଟ ଗ୍ରାଜୁଏଟ୍ ରହିଥିବା ବେଳେ ଜଣେ 5ମ ପାସ୍ ରହିଛନ୍ତି । ତେବେ ଓଡ଼ିଶା ବିଧାନସଭା ଆସନ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ 191 ଜଣ ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ 55ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । 35 ଜଣଙ୍କ ନାମରେ ଦୁର୍ଦ୍ଦାନ୍ତ ଅପରାଧୀକ ମାମଲା ରହିଛି । ବିଜେପିର 39ଶତକଡ଼ା ଅପରାଧିକ ମାମଲା ରହିଥିବା ବେଳେ ବିଜେଡ଼ି ବିରୁଦ୍ଧରେ 32ଶତକଡ଼ା ଏବଂ କଂଗ୍ରେସର 59ଶତକଡ଼ା ଅପରାଧିକ ମାମଲା ରହିଛି ।

5 କୋଟିରୁ ଅଧିକ ସମ୍ପତ୍ତି ତାଲିକାରେ 7 ଜଣ ପ୍ରାର୍ଥୀ ରହିଥିବା ବେଳେ, 10 ଲକ୍ଷ ଟଙ୍କାରୁ କମ୍ ତାଲିକାରେ 71 ଜଣ ପ୍ରାର୍ଥୀ ରହିଛନ୍ତି । ସମସ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅନନ୍ତ ପ୍ରତାପ ଦେଓ କଳାହାଣ୍ଡି ବିଜେପି ଦଳର ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର 27କୋଟି ଟଙ୍କା ରହିଥିବା ସୂଚନା ରହିଛି । ଗଞ୍ଜାମ କଂଗ୍ରେସ ନେତା ଲିଙ୍ଗରାଜ ଚୌଧୁରିଙ୍କ ପାଖରେ ରହିଛି 15କୋଟି ଟଙ୍କାରୁ ଅଧିକ ସମ୍ପତ୍ତି । ବିଜେଡ଼ି ଦଳର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମ୍ପତି ରହିଛି 16 କୋଟିରୁ ଊର୍ଦ୍ଧ୍ବ ।

ଯେତେବେଳେ ନିର୍ବାଚନ ଆସେ ସେହି ସମୟରେ ଆୟକର ବିଭାଗକୁ ନିଜର ସମ୍ପତ୍ତି ଦର୍ଶାଇବା ଆବଶ୍ୟକ । କିନ୍ତୁ189 ପ୍ରାର୍ଥୀଙ୍କ ମଧ୍ୟରେ 94ଜଣ ପ୍ରାର୍ଥୀ ଏହାକୁ ଆବଶ୍ୟକ ଅନୁଯାୟୀ ପୁରଣ କରି ନାହାନ୍ତି । ଦଳୀୟ ଭାବରେ ବିଜେପିର 28 ଜଣଙ୍କ ମଧ୍ୟରୁ 11ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ବିଜେଡ଼ିର 28ଜଣଙ୍କ ମଧ୍ୟରୁ 9 ଜଣଙ୍କ ନାମରେ ରହିଥିବା ବେଳେ କଂଗ୍ରେସ ଦଳର 27ଜଣଙ୍କ ମଧ୍ୟରେ 16 ଜଣଙ୍କ ନାମରେ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details