ଓଡିଶା

odisha

ETV Bharat / state

Odisha Assembly Winter Session: କାଲିଠୁ ବିଧାନସଭା, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଚାଲିବ ଅଧିବେଶନ - ଷୋଡଶ ବିଧାନସଭାର 11ତମ ଅଧିବେଶନ

କାଲିଠୁ ବିଧାନସଭା । ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୧ତମ ଅଧିବେଶନ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଚାଲିବ ଅଧିବେଶନ । ଓଡ଼ିଶା ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି । ଅଧିକ ପଢ଼ନ୍ତୁ

security tighten up for for Odisha assembly winter session in Bhubaneswar
Odisha Assembly Winter Session: କାଲିଠୁ ବିଧାନସଭା, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଚାଲିବ ଅଧିବେଶନ

By

Published : Nov 23, 2022, 7:25 PM IST

ଭୁବନେଶ୍ବର: ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୧ତମ ଅଧିବେଶନ । ଆସନ୍ତାକାଲି(ଗୁରୁବାର)ଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଚାଲିବ ବିଧାନସଭା । ଓଡ଼ିଶା ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି । ସୁରକ୍ଷା ବ୍ୟବସ୍ଥାର ଆଜି(ବୁଧବାର) ତଦାରଖ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

Odisha Assembly Winter Session: କାଲିଠୁ ବିଧାନସଭା, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଚାଲିବ ଅଧିବେଶନ

ସମୀକ୍ଷା ପରେ ଡିଜିପି କହିଛନ୍ତି, "ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ପାଇଁ 28 ପ୍ଲାଟୁନ ପୋଲସ ଫୋର୍ସ ମୁତୟନ ହେବେ । 100 ରୁ ଊର୍ଦ୍ଧ୍ବ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି ।"

ଏହା ବି ପଢ଼ନ୍ତୁ:Odisha Assembly Winter Session: ବିଜେପି କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ, କାଲି ବସିବ ବିଜେଡି ବୈଠକ

ତାସହିତ ଭୁବନେଶ୍ବର ଡିସିପିଙ୍କ ତତ୍ତ୍ବବଧାନରେ 5 ଅତିରିକ୍ତ ଡିସିପି, 11 ଜଣ ଏସିପି, 13 ଇନିସ୍ପେକ୍ଟର, 62 ଜଣ ଏସଆଇ ଓ ରିଜର୍ଭ 54 ଜଣ ସୁରକ୍ଷାରେ ନୟୋଜିତ ହେବେ । ଟ୍ରାଫିକର 13 ଜଣ, କନେଷ୍ଟବଳ ଓ ହାବିଲଦାର 20 ଜଣ, ମହିଳା ପୋଲିସ 56 ଜଣ ଓ 2 ୟୁନିଟ ଏସଓଜି ଯବାନ ମଧ୍ୟ ମୁତୟନ ହେବେ । ରାଲି ଧାରଣା ଓ ସୁରକ୍ଷାକୁ ନଜର ରଖି 5ଟି କଣ୍ଟ୍ରୋଲ ରୁମ୍‌ ରହିବ । ଷ୍ଟ୍ରାଇକିଂ ଫୋର୍ସ, କୁଇକ୍‌ ରେସ୍‌ପନ୍ସ ଟିମ୍‌, ସ୍ପେଶାଲ ଟାକ୍ଟିକାଲ ୟୁନିଟ ମଧ୍ୟ ସଜାଗ ରହିବେ ।

ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 24 ତାରିଖରେ ଅର୍ଥ ମନ୍ତ୍ରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details