ଓଡିଶା

odisha

ETV Bharat / state

Second Phase of Budget Session: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ, ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ - ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

ଗତମାସ ୨୧ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ ଅଧିବେଶନ। ଯାହା ମାର୍ଚ୍ଚ ୧ ତାରିଖ ଯାଏଁ ଚାଲିଥିଲା । ଫେବୃୟାରୀ 24 ରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ରୁ ଏପ୍ରିଲ 6 ଯାଏଁ ଚାଲିବ । ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ତାହା ହେଉଛି ନା ବାଧାପ୍ରାପ୍ତ ହେଉଛି ତାହା ଏବେ ବଡ ପ୍ରଶ୍ନ । ଅଧିକ ପଢନ୍ତୁ

Second Phase of Budget Session: କାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ
Second Phase of Budget Session: କାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ

By

Published : Mar 9, 2023, 8:10 PM IST

Updated : Mar 10, 2023, 7:42 AM IST

Second Phase of Budget Session: କାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ

ଭୁବନେଶ୍ବର: ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହେଉଛି ଷୋଡଶ ବିଧାନସଭା ଦ୍ବାଦଶତମ ସେସନ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହା ମାର୍ଚ୍ଚ 10 ରୁ ଆରମ୍ଭ ହୋଇ ଏପ୍ରିଲ 6 ଯାଏଁ ଚାଲିବ । ଗୃହରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ । ସମ୍ପ୍ରତି ରାଜ୍ୟରେ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି । ସରକାର ବିରୋଧୀଙ୍କ ମୁକାବିଲା ପାଇଁ ମଧ୍ୟ ପୁରା ପ୍ରସ୍ତୁତ ରହିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଗତକାଲି ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନବ ଦାସ ହତ୍ୟାକାଣ୍ଡ ମୁଦ୍ଦାକୁ ଜାରି ରଖିବେ ଉଭୟ ବିରୋଧୀ ଦଳ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡ ପଛର ଅସଲ କାରଣ କଣ ତାର ଜବାବ ସରକାରଙ୍କୁ ଦେବାକୁ ପଡିବ । ଏହାସହ ଚାଷୀ ସମସ୍ୟା, ଦରଦାମ ବୃଦ୍ଧି, ଦୁର୍ନୀତିକୁ ପ୍ରସଙ୍ଗ କରିବ ଦଳ । ଏହାସହ ଦଳ ଆଉ କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ବୋଲି ନରସିଂହ କହିଛନ୍ତି ।

ଏହାବି ପଢନ୍ତୁ- Naba Das Murder Mystry: ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ 120Bକୁ ଅଣଦେଖା: ବିଜୟ ମହାପାତ୍ର

ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଧିବେଶନ ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଜୟ କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ମାଗିବ ବିଜେପି। କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା। ଗୋପାଳ ଦାସ ପଛରେ କିଏ ଷଡ଼ଯନ୍ତ୍ରକାରୀ ? ତାକୁ ଖୋଜି ବାହାର କରିବା କ୍ରାଇମବ୍ରାଞ୍ଚର କାମ । କିନ୍ତୁ ଏଯାଏଁ ତାହା ହେଲାନାହିଁ। ସେହିପରି ଚାଷୀ ସମସ୍ୟା ସମେତ ବୃହତ ପ୍ରସଙ୍ଗ ଉଠାଇବ ବିଜେପି । ଏହାସହ ଭିତ୍ତିଭୂମି ଜଙ୍ଗଲ ଅବକ୍ଷୟ ପ୍ରସଙ୍ଗ ବି ଉଠାଇବ ।

ଅନ୍ୟପଟେ ବିରୋଧୀଦଳଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ସରକାର ଓ ସରକାରୀ ଦଳ । ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ନସରିବା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କଣ କହିବ? ଦୈନନ୍ଦିନ ତଦନ୍ତ ଆଧାରରେ କିଛି କୁହାଯାଏ ନାହିଁ । ବିରୋଧୀଙ୍କ କାମ ସରକାରଙ୍କୁ ସମାଲୋଚନା କରିବା । ବିରୋଧ କରିବା । ଏଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଗତମାସ ୨୧ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ ଅଧିବେଶନ। ଯାହା ମାର୍ଚ୍ଚ ୧ ତାରିଖ ଯାଏଁ ଚାଲିଥିଲା । ଫେବୃୟାରୀ 24 ରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ରୁ ଏପ୍ରିଲ 6 ଯାଏଁ ଚାଲିବ । ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ତାହା ହେଉଛି ନା ବାଧାପ୍ରାପ୍ତ ହେଉଛି ତାହା ଏବେ ବଡ ପ୍ରଶ୍ନ । ଏତତ ବ୍ୟତୀତ ଅଧିବେଶନ ଏପ୍ରିଲ 6 ଯାଏଁ ଚାଲିବାକୁ ନିର୍ଦ୍ଧାରିତ ହୋଇଛି । କିନ୍ତୁ ଅଧିବେଶନ ପୁରା ଅବଧି ଚାଲୁଛି ନା ଅଧାରୁ ବନ୍ଦ ହୋଇଯାଉଛି ତାରି ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 10, 2023, 7:42 AM IST

ABOUT THE AUTHOR

...view details