ଓଡିଶା

odisha

ETV Bharat / state

ପୁଣି ଚର୍ଚ୍ଚାରେ ବାଲୁଗାଁ ଏସଡିପିଓ, ଛଦ୍ମ ବେଶରେ ଧରିଲେ ପଥର ଟ୍ରକ

ପ୍ରଥମେ ମଦ ଦୋକାନ ଆଉ ଏବେ ଟାର୍ଗେଟରେ ପଥର ମାଫିଆ । ସାଧା ପୋଷାକରେ ଲିଫ୍ଟ ମାଗି ଟ୍ରକକୁ ଟାଙ୍ଗି ଥାନାରେ ହାଜର କରାଇବାରେ ସକ୍ଷମ ହୋଇଛନ୍ତି ବାଲୁଗାଁ ଏସଡିିପିଓ ମାନସ ରଞ୍ଜନ ବାରିକ । ଅଧିକ ପଢନ୍ତୁ...

By

Published : May 22, 2021, 9:20 PM IST

ପୁଣି ଚର୍ଚ୍ଚାରେ ବାଲୁଗାଁ ଏସଡିପିଓ, ଛଦ୍ମ ବେଶରେ ଧରିଲେ ପଥର ଟ୍ରକ
ପୁଣି ଚର୍ଚ୍ଚାରେ ବାଲୁଗାଁ ଏସଡିପିଓ, ଛଦ୍ମ ବେଶରେ ଧରିଲେ ପଥର ଟ୍ରକ

ଖୋର୍ଦ୍ଧା: ପଥର ମାଫିଆ ସାବଧାନ। ଏବେ ଛଦ୍ମବେଶରେ ବୁଲୁଛନ୍ତି ଏସଡିପିଓ । ଲଗାତାର ଭାବରେ ମଦ ଦୋକାନ ପରେ ଏବେ ପଥର ମାଫିଆଙ୍କ ଉପରେ କଡା ନଜର ରଖି ତାଙ୍କୁ ଧରୁଛନ୍ତି ଏସଡିପିଓ । ସାଧା ପୋଷାକରେ ଲିଫ୍ଟ ମାଗି ଟ୍ରକକୁ ଟାଙ୍ଗି ଥାନାରେ ହାଜର କରାଇବାରେ ସକ୍ଷମ ହୋଇଛନ୍ତି ବାଲୁଗାଁ ଏସଡିିପିଓ ମାନସ ରଞ୍ଜନ ବାରିକ । ଏଥିପାଇଁ ସେ ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ପୁଣି ଚର୍ଚ୍ଚାରେ ବାଲୁଗାଁ ଏସଡିପିଓ, ଛଦ୍ମ ବେଶରେ ଧରିଲେ ପଥର ଟ୍ରକ

କିଛି ଦିନ ପୂର୍ବେ ମଦ ଦୋକାନକୁ ଗ୍ରାହକ ବେଶରେ ଯାଇ ମୋଟା ଅଙ୍କର ଫାଇନ ଆଦାୟ କରିଥିବା ବେଳେ, ଏବେ ପଥର ମାଫିଆଙ୍କ ଉପରେ ଚଢ଼ାଉ କରି ଚୋରା ଚାଲାଣକାରୀଙ୍କ ନିଦ ହଜେଇ ଦେଇଛନ୍ତି ଏହି ଯୁବ ଅଫିସର ଜଣକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details