ଓଡିଶା

odisha

ETV Bharat / state

ରାଜ୍ୟରେ ପ୍ରଥମ, ଅନ୍ତିମ ସଂସ୍କାର ପାଇଁ 'ସତ୍କାର' କାର୍ଯ୍ୟକ୍ରମ - dead body

କୋରୋନା ସମୟରେ ମୃତଦେହର ଅନ୍ତିମ ସଂସ୍କାର ପାଇଁ ଦରକାର ହେଉଥିବା କାଠ ସମସ୍ୟାକୁ ଦୃଷ୍ଟିରେ ରଖି ସତ୍କାର କାର୍ଯ୍ୟକ୍ରମ ଜରିଆରେ ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ପ୍ରୟାସ କରାଯାଇଛି ।

ଖୋର୍ଦ୍ଧାରେ  'ସତ୍କାର' କାର୍ଯ୍ୟକ୍ରମ ଲୋକାର୍ପିତ
ଖୋର୍ଦ୍ଧାରେ  'ସତ୍କାର' କାର୍ଯ୍ୟକ୍ରମ ଲୋକାର୍ପିତ

By

Published : Jan 22, 2021, 5:23 PM IST

ଖୋର୍ଦ୍ଧା: ମହାମାରୀ କୋରୋନା ସମୟରେ ମୃତଦେହ ସତ୍କାର ପାଇଁ ଉପୁଜୁଥିବା କାଠ ସମସ୍ୟାକୁ ହୃଦବୋଧ କରି ଲୋକାର୍ପିତ ହୋଇଛି 'ସତ୍କାର' କାର୍ଯ୍ୟକ୍ରମ । ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମୃତଦେହ ସତ୍କାର ପାଇଁ ମାଗଣାରେ କାଠ ଯୋଗାଇ ଦେବାକୁ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ରାଜ୍ୟରେ ପ୍ରଥମ, ଅନ୍ତିମ ସଂସ୍କାର ପାଇଁ 'ସତ୍କାର' କାର୍ଯ୍ୟକ୍ରମ

ପ୍ରଥମକରି ଖୋର୍ଦ୍ଧା ଗୁରୁଜଙ୍ଗରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଏସପି ଅଜୟ ପ୍ରତାପ ସ୍ବାଇଁ ଏବଂ ପୌର ଅଧିକାରୀ ଶ୍ବେତପଦ୍ମା ଶତପଥୀ ଲୋକାର୍ପିତ କରିଛନ୍ତି । ଓଡ଼ିଶାରେ ଏହା ପ୍ରଥମ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ମଣିଷ ଏହି ଦୁନିଆ ଛାଡି ଚାଲିଗଲା ପରେ ମୃତଦେହର ଅନ୍ତିମ ସଂସ୍କାର ପାଇଁ କାଠ ଲୋଡ଼ା ପଡିଥାଏ। କୋରୋନା ସମୟରେ କାଠର ଅଭାବ ସମସ୍ତେ ହୃଦୟଙ୍ଗମ କରିଥିଲେ। ଏପରିକି ଅନେକ ମୃତଦେହ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ସତ୍କାର ହୋଇପାରି ନଥିଲା । ଯାହାକୁ ଦୃଷ୍ଟିରେ ରଖି ଏଭଳି 'ସତ୍କାର' କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details