ଓଡିଶା

odisha

ETV Bharat / state

ସାନପଦର ସରପଞ୍ଚଙ୍କ ଅର୍ଥ ହେରଫେର ଘଟଣା, ଦୋଷୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତରେ ହୋଇଥିବା କେନ୍ଦ୍ର ଏବଂ ରାଜ୍ୟ ଅର୍ଥ କମିଶନଙ୍କ 13 ଲକ୍ଷ 40 ହଜାର ଟଙ୍କାର ହେରଫେର । ଦୋଷୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ସାନପଦର ସରପଞ୍ଚଙ୍କ ଅର୍ଥ ହେରଫେର ଘଟଣା
ସାନପଦର ସରପଞ୍ଚଙ୍କ ଅର୍ଥ ହେରଫେର ଘଟଣା

By

Published : Apr 5, 2021, 7:53 PM IST

ଖୋର୍ଦ୍ଧା: ସରକାର ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ପୁଳା ପୁଳା ଟଙ୍କା ପଞ୍ଚାୟତ ହାତରେ ଟେକି ଦେଇଛନ୍ତି । କିନ୍ତୁ ଏ ଟଙ୍କା କେତେଦୂର ଜନହିତକର କାର୍ଯ୍ୟରେ ଲାଗୁଚି ତାର ତଦାରଖ କିନ୍ତୁ ବିଭାଗୀୟ ଅଧିକାରୀ କରିବାକୁ ସମ୍ପୁର୍ଣ୍ଣ ଭୁଲି ଯାଇଛନ୍ତି । ଜାହାର ଫାଇଦା ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ନେଇଛନ୍ତି । ତାହାର ଏକ ଉଦାହରଣ ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତରେ ହୋଇଥିବା କେନ୍ଦ୍ର ଏବଂ ରାଜ୍ୟ ଅର୍ଥ କମିଶନଙ୍କ 13 ଲକ୍ଷ 40 ହଜାର ଟଙ୍କାର ହେରଫେର ।

ସାନପଦର ସରପଞ୍ଚଙ୍କ ଅର୍ଥ ହେରଫେର ଘଟଣା

ବିଡ଼ମ୍ବନାର ବିଷୟ ଏ ଅର୍ଥ ଅନିୟମିତତାର ଖବର ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କ ଜାଣତରେ ହୋଇଥିବାରୁ ଏହାକୁ ଚପାଇଦେବାକୁ ଏକ ଅସାମ୍ବିଧାନିକ ଚୁକ୍ତିପତ୍ର ହୋଇଛି । ସରକାରଙ୍କ ଏହି ଅର୍ଥ ହେରଫେର ସମ୍ପର୍କରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଗୁରୁତର ଅଭିଯୋଗ ହେବା ପରେ ଉକ୍ତ ମାମଲାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details