ଓଡିଶା

odisha

ETV Bharat / state

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା, ୧୨ଲକ୍ଷ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ହେବ ୬୬ କ୍ୟାମ୍ପ - ନଭେମ୍ବର ୩୧ ଆରମ୍ଭ ହେବ ଆଣ୍ଡା ଦାନ ପ୍ରକ୍ରିୟା

Preparation for Olive Ridley Turtle: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତାରେ ପ୍ରଶାସନ । ଋଷିକୂଲ୍ୟା ଓ ଗହୀରମଥାରେ ୧୧ ଲକ୍ଷ ୫୦ ହଜାର କଇଁଛଙ୍କ ଅଣ୍ଡାଦାନ ପାଇଁ ପ୍ରସ୍ତୁତି । କଇଁଛଙ୍କ ସୁରକ୍ଷାରେ ବିପଦ ସୃଷ୍ଟି କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ ରିସର୍ଚ ସେଣ୍ଟର । ଅଧିକ ପଢନ୍ତୁ...

୧୨ଲକ୍ଷ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ହେବ ୬୬ କ୍ୟାମ୍ପ
୧୨ଲକ୍ଷ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ହେବ ୬୬ କ୍ୟାମ୍ପ

By ETV Bharat Odisha Team

Published : Dec 14, 2023, 5:14 PM IST

୧୨ଲକ୍ଷ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ହେବ ୬୬ କ୍ୟାମ୍ପ

ଭୁବନେଶ୍ୱର:ଅଣ୍ଡାଦାନ ପୂର୍ବରୁ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା । ଋଷିକୂଲ୍ୟା ଓ ଗହୀରମଥାରେ ୧୧ ଲକ୍ଷ ୫୦ ହଜାର କଇଁଛଙ୍କ ସୁରକ୍ଷା ପାଇଁ ଅଣ୍ଡାଦାନ ସ୍ଥଳରେ କରାଯିବ ୬୬ କ୍ୟାମ୍ପ (୬୧ଟି ଅନ୍ ସୋର୍ ଓ ୫ଟି ଅଫ୍ ସୋର୍ ) ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବ । ୧୦ଟି ସ୍ପିଡ଼ ବୋଟ ଓ ଟ୍ରଲରକୁ ନିୟୋଜିତ କରାଯିବ । ପାଟ୍ରୋଲିଂ ପାଇଁ ଟ୍ରଲର ଦେବାକୁ ପାରାଦ୍ୱୀପ, ଧାମରା ଓ ଗୋପାଳପୁର ପୋର୍ଟର ମଧ୍ୟ ସାହାଯ୍ୟ ନିଆଯିବ । କଇଁଛଙ୍କ ସୁରକ୍ଷାରେ ବିପଦ ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ସେ କହିଛନ୍ତି, "ସରକାର ନଭେମ୍ବର ୩୧ରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ ଲାଗିଛି କଟକଣା । ଯେଉଁ ୧୪ ହଜାର ପରିବାର ମାଛ ମାରିବା ପାଇଁ ପ୍ରଭାବିତ ହେଉଥିଲେ । ସେମାନଙ୍କୁ ରାଜ୍ୟ ସରକାର ୭୫୦୦ ଟଙ୍କା ଦିଆ ଯାଉଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ୧୫ ହଜାର ତାଙ୍କ ଅନୁକମ୍ପା ରାଶି କରିଛନ୍ତି । ଏହା ସହ ସବୁଠାରୁ ବଡ କଥା ହେଲା ସମୁଦ୍ର କୂଳରେ ଯେତେବେଳେ କଇଁଛମାନେ ଅଣ୍ଡା ଦିଅନ୍ତି, ସେହି ସମୟରେ ସମୁଦ୍ର କୂଳରେ ଥିବା ସମସ୍ତ ଇଣ୍ଡଷ୍ଟ୍ରି ଆଦିରେ ଲାଇଟ ଡିମ (କମ ଆଲୁହ) ଜଳାଇଥାନ୍ତି । କାରଣ କଇଁଛମାନଙ୍କୁ ଅସୁବିଧା ନକରିବା ପାଇଁ ଅଣ୍ଡାଦାନ ସମୟରେ ବନ୍ଦ ରହିବ ଡିଆରଡିଓ କଲାମ ଦ୍ୱୀପରୁ କ୍ଷେପଣାସ୍ତ୍ର ଉତକ୍ଷେପଣ । କଇଁଛଙ୍କ ସୁରକ୍ଷାରେ ବିପଦ ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ସେ ଆହିରୀ ମଧ୍ୟ କହଛନ୍ତି ,"ଏହା ସହ ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେମାନେ କିଭଳି ଭାବରେ ବିଦେଶୀ ଅତିଥିଙ୍କୁ ଦେଖିପାରିବେ ସେନେଇ ଏକ ଋସର୍ଚ ସେଣ୍ଟର କରାଯିବ । ଏହା ଦ୍ଵାରା ଜମି ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଏହି ରିସର୍ଚ ସେଣ୍ଟରରେ ବିଭିନ୍ନ ଅଲିଭ ଋଡେଲେ ରଖାଯିବ । ଯାହାକୁ ନେଇ ସ୍କୁଲ ଛାତ୍ରଛାତ୍ରୀମାନେ ପାଖରୁ ଦେଖିପାରିବେ । ଆଉ ଯେଉଁମାନେ କଇଁଛ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ସେମାନେ ମଧ୍ୟ ଜାଣିପାରିବେ ।" ଏହାସହ ପାଖରେ ଥିବା ଗାଁ ଲୋକଙ୍କୁ ମଧ୍ୟ ସାହାଯ୍ୟ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ.....ମତ୍ସ୍ୟଜୀବୀଙ୍କୁ ସାତମାସ ସମୁଦ୍ର ମନା, ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ପ୍ରସ୍ତୁତ ଗହୀରମଥା

ସୂଚନା ଅନୁଯାୟୀ, ୨୦୨୩ ନଭେମ୍ବର ପହିଲାରୁ ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ପାଇଁ ଋତୁ ଭିତ୍ତିକ କାର୍ଯ୍ୟ ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି । ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ । ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମ୍ପୃକ୍ତ ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି । ରାଜନଗର ବନ୍ୟପ୍ରାଣୀ, ଭଦ୍ରକ ବନ୍ୟପ୍ରାଣୀ ଓ ବ୍ରହ୍ମପୁର (ଟି) ଡିଭିଜନରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ହାଇସ୍ପିଡ ବୋଟ୍ ମୁତୟନ କରାଯାଇଛି । ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଇତ୍ୟାଦି ସମୁଦ୍ର ଯାତାୟାତ ପାଟ୍ରୋଲିଂର ଘାଟି ହେବ । ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ସଂପୃକ୍ତ ଡିଏଫ୍ଓମାନଙ୍କୁ ପୂର୍ବ ବର୍ଷ ଭଳି ଆବଶ୍ୟକ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details