ଖୋର୍ଦ୍ଧା: ପୁଣି ମାତିଲେ ଚୋର ଓ ଡକାୟତ । ଗ୍ରାହକ ବେଶରେ ଆସି ଯୁବତୀଙ୍କ ଠାରୁ ଦିନ ଦ୍ବିପ୍ରହରେ ଝାମ୍ପିନେଲା ସୁନା ଚେନ । ସୂଚନାମୁତାବକ, ଜଟଣୀ ମୁଖ୍ୟ ରାସ୍ତାରେ ଥିବା ମା କମୁନିକେସନ ଦୋକାନରେ କାର୍ଯ୍ୟରତ ଯୁବତୀଙ୍କ ଠାରୁ ଗ୍ରାହକ ବେଶରେ ଆସି ସୁନା ଚେନ ଝାମ୍ପି ନେଲା ଲୁଟେରା । ମୁଣ୍ଡରେ ହେଲମେଟ ପିନ୍ଧି ପ୍ରଥମେ କିଛି ସମୟ ପଚରା ଉଚରା କରିବା ପରେ ଜୋର ଜବରଦସ୍ତ ଚେନ ଝାମ୍ପି ନେବା ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି ।
ଗ୍ରାହକ ବେଶରେ ଆସି ଝାମ୍ପିନେଲା ସୁନା ଚେନ, ସିସିଟିଭିରେ କଏଦ ଲୁଟ୍ ଦୃଶ୍ୟ
ଦିନ ଦ୍ବିପ୍ରହରେ ଲୁଟେରାଙ୍କ ଉତପାତ୍ । ଜଟଣୀ ମୁଖ୍ୟ ରାସ୍ତାରେ ଥିବା ମା କମୁନିକେସନ ଦୋକାନରେ କାର୍ଯ୍ୟରତ ଯୁବତୀଙ୍କ ଠାରୁ ଗ୍ରାହକ ବେଶରେ ଆସି ସୁନା ଚେନ ଝାମ୍ପି ନେଲା ଲୁଟେରା । ଅଧିକ ପଢନ୍ତୁ...
ଗ୍ରାହକ ବେଶରେ ଆସି ଯୁବତୀଙ୍କଠୁ ଝାମ୍ପିନେଲା ସୁନା ଚେନ
ଯୁବତୀର ଚିତ୍କାର ଶୁଣି ଆଖ ପାଖ ଲୋକେ ଆସି ପୋଲିସକୁ ଖବର ଦେଇଥିଲେ । ତେବେ ଏନେଇ ଜଟଣୀ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ