ଖୋର୍ଦ୍ଧା: ରାସ୍ତା ପାଇଁ ରାସ୍ତା ଅବରୋଧ କଲା ବଜାର କମିଟି । ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଭାର ନେଇଥିବା ଠିକା ସଂସ୍ଥାର ଅବହେଳା ଯୋଗୁଁ କଷ୍ଟ ଭୋଗୁଛନ୍ତି ସ୍ଥାନୀୟ ବ୍ୟବସାୟୀ। ଏନେଇ ବାରମ୍ବାର ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ଜଣାଇ ନିରାଶ ହେବାପରେ ଆଜି ବାଧ୍ୟ ହୋଇ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ବଜାର କମିଟି ପକ୍ଷରୁ ଅବରୋଧ କରାଯାଇଛି।
ରାସ୍ତା ପାଇଁ ରାସ୍ତା ଅବରୋଧ - ରାସ୍ତା ପାଇଁ ରାସ୍ତା ଅବରୋଧ
ରାସ୍ତା ପାଇଁ ରାସ୍ତା ଅବରୋଧ କଲା ବଜାର କମିଟି। ବାରମ୍ବାର ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ଅସୁବିଧା ଜଣାଇ ନିରାଶ ହେବାପରେ ଆଜି ବାଧ୍ୟ ହୋଇ ଖୋର୍ଦ୍ଧା-ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ଅବରୋଧ କରିଛି ବଜାର କମିଟି।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଏଆରଏସଏସ ନାମକ ଠିକା ସଂସ୍ଥାକୁ କାର୍ଯ୍ୟଭାର ଦିଆଯାଇଥିଲା । ଦୀର୍ଘଦିନ ଧରି କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଏହି ସଂସ୍ଥା କାର୍ଯ୍ୟ ଶେଷ କରିବାର ନାଁ ନେଉନାହିଁ । ତେବେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଏଥିରେ ଉକ୍ତ ସଂସ୍ଥାକୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ