ଓଡିଶା

odisha

ETV Bharat / state

ବସ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: 8ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଖୋର୍ଦ୍ଧା ବୋଲଗଡ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା । ଏକ ଘରୋଇ ବସ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ଉଭୟ ଗାଡିର ଡ୍ରାଇଭର ଗୁରୁତର ।

By

Published : Apr 29, 2019, 11:05 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: 57 ନଂମ୍ବର ଜାତୀୟ ରାଜପଥର ବୋଲଗଡ ଛକ ନିକଟରେ ଦୁର୍ଘଟଣା । ଏକ ଘରୋଇ ବସ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାରେ ବସ ଓ ଟ୍ରାକ୍ଟର ଡ୍ରାଇଭର ଗୁରୁତର ଆହତ । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି । ବସରେ ଥିବା 8ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ବୋଲଗଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ଘରୋଇ ବସଟି ନୟାଗଡରୁ କଟକ ଅଭିମୁଖେ ଯାଉଥିବାବେଳେ ବୋଲଗଡ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଖବରପାଇ ବୋଲଗଡ ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୋଲଗଡ ମେଡିକାଲକୁ ସ୍ଥାନାନ୍ତରଣ କରିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details