ଓଡିଶା

odisha

ETV Bharat / state

Lingaraj Temple: ଦୀର୍ଘ ୩ଦିନ ପରେ ସ୍ଥିତି ସ୍ୱାଭାବିକ, ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଆରମ୍ଭ

ଦୀର୍ଘ ୩ଦିନ ପରେ ଲିଙ୍ଗରାଜ ମନ୍ଦିରରେ ସ୍ବାଭାବିକ ହେଲା ସ୍ଥିତି (Rituals start after 3 days in Lingaraj Temple) । ପୁଣି ଆରମ୍ଭ ହେଲା ନୀତିକାନ୍ତି । ଅଧିକ ପଢନ୍ତୁ

Lingaraj Temple
Lingaraj Temple

By

Published : Jan 3, 2023, 3:43 PM IST

Updated : Jan 3, 2023, 4:15 PM IST

ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଆରମ୍ଭ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର (Lingaraj Temple) ରେ ସ୍ବାଭାବିକ ହେଲା ସ୍ଥିତି । ଦୀର୍ଘ ୩ଦିନ ପରେ ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଛି । ନୀତି ନିର୍ଘଣ୍ଟକୁ ନେଇ ସର୍କିଟ ହାଉସରେ ଚାଲିଥିବା ଜରୁରୀ ବୈଠକ ଶେଷ ହେବା ପରେ ପୂର୍ବବଳି ସ୍ଥିତି ସ୍ବାଭାବିକ ହୋଇଛି (Rituals start in Lingaraj Temple) । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ସଫଳ ହୋଇଛି।

ନୂଆବର୍ଷରୁ ନୀତି ବିଭ୍ରାଟକୁ ନେଇ ଗତ ୩ଦିନ ଧରି ଉପାସ ଥିଲେ ବାବା ଲିଙ୍ଗରାଜ। ପ୍ରଭୁ ଲିଙ୍ଗରାଜଙ୍କ ଏହି ନୀତି ବିଭ୍ରାଟ ପ୍ରସଙ୍ଗରେ ସର୍କିଟ ହାଉସରେ ଏକ ଜରୁରୀ ବୈଠକ ବସିଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ସଫଳ ହୋଇଛି । ବୈଠକରେ ସମାଧାନର ବାଟ ବାହାରିବା ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବ୍ରାହ୍ମଣ, ପୂଜାପଣ୍ଡା, ବଡୁ ଓ ସମର୍ଥ ନିଯୋଗର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ-ନୂଆବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ, ଉଚ୍ଚସ୍ତରୀୟ ବୈଠକ ଦାବି

ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ବୈଠକରେ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣି ସାରିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି କଥା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି । ଏଣିକି ପ୍ରତି ମାସରେ ଥରେ ମିଟିଂ କରି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦକୁ ନେଇ ସେବା ପ୍ରତିନିଧି ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ଏଭଳି ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରତିନିଧିଗଣ ।

ତେବେ ସେମାନେ ଆଜି ଧାରଣାରୁ ଉଠିଯାଇଥିବା ବେଳେ ପ୍ରଶାସନର ଅପାରଗତା ଓ ନିଯୋଗର ମନମାଳିନ୍ୟକୁ ନେଇ ଆଗାମୀ ଦିନରେ ପୁଣି ଅନ୍ୟ ନୀତିକୁ ନେଇ ଯଦି ବିଭ୍ରାଟ ହୁଏ ତେବେ ପୁଣି ଧାରଣାରେ ବସିବେ ଓ ସମାଧାନ ପାଇଁ ରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି । ସୂଚନା ଥାଉ କି ମଲିଆ ସେବାୟତ ଭୋଗ ଛୁଇଁବା ପରେ ଏହା ମାରା ହୋଇଯାଇଥିଲା । ତେବେ ଏହି ଭୋଗକୁ ଫିଙ୍ଗିବା ପରିବର୍ତ୍ତେ କିଛି ସେବାୟତ ଶ୍ରଦ୍ଧାଳୁଙ୍କୁ ବିକ୍ରି କରିଥିଲେ । ମନ୍ଦିରରେ ଏପରି ନିୟମ ନ ମାନି ବିଭିନ୍ନ କାର୍ଯ୍ୟ ହେଉଥିବା ଅଭିଯୋଗ ଆଣି ବ୍ରାହ୍ମଣ ନିଯୋଗ ଉଚ୍ଚସ୍ତରୀୟ ବୈଠକ ଲାଗି ଦାବି କରିଥିଲେ । ଯାହାଦ୍ବାରା ଗତ ୩ଦିନ ଧରି ଉପାସ ରହିଥିଲେ ବାବା ଲିଙ୍ଗରାଜ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 3, 2023, 4:15 PM IST

ABOUT THE AUTHOR

...view details