ଖୋର୍ଦ୍ଧା: ଆଜି ପ୍ରଥମାଷ୍ଟମୀ(Prathamastami) । ପରମ୍ପରା ଅନୁଯାୟୀ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ଏହି ପର୍ବ । ତେବେ ସାରା ଓଡ଼ିଶାରେ(odia ritual) ଆଜି ପ୍ରଥମାଷ୍ଟମୀ ବା ପଢୁଆଁ ଅଷ୍ଟମୀ ପାଳନ କରାଯାଉଛି । ଆଜିର ଦିନରେ ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ନୂଆ ବସ୍ତ୍ର ପରିଧାନ କରି ଧୂପ ,ଦୀପ ,ଚନ୍ଦନ ସିନ୍ଦୂର ଲଗାଇ ପୂଜାର୍ଚ୍ଚନା କରାଯିବା ସହ ସୁସ୍ବାଦୁ ଖାଦ୍ୟ ଯଥା ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଓ କ୍ଷୀରି ଆଦି ଦିଆଯାଏ । ପ୍ରତ୍ୟେକ ଓଡ଼ିଆ ଘରେ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା ପାଇଁ ଏହି ପୂଜାବିଧି ଅନୁଷ୍ଠିତ ହୋଇଥାଏ ।
ଏହି ଦିନ ହଳଦୀ ପତ୍ର ପିଠାର ବାସ୍ନାରେ ମହକି ଉଠେ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ବଜାର । ତେବେ ଓଡ଼ିଆ ଘରେ ଏହାକୁ ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ନୂଆ ପୋଷାକ ପିନ୍ଧି ସନ୍ତାନମାନେ ବୟସ୍କଙ୍କ ନିକଟରୁ ଆଶୀର୍ବାଦ ଲାଭ କରିଥାନ୍ତି ।